ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଣଛାତ୍ରଙ୍କୁ ରିମାଣ୍ଡରେ ନେଲା ବଡ଼ଗଡ଼ ଥାନା ପୋଲିସ

0

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ ଘଟଣାରେ ୨ ଅଣଛାତ୍ରଙ୍କୁ ରିମାଣ୍ଡରେ ନେଲା ବଡ଼ଗଡ଼ ଥାନା ପୋଲିସ। ଦୁଇ ଅଭିଯୁକ୍ତ କେଦାରପଲ୍ଲୀ ବସ୍ତିର ଦୀପୁ ପ୍ରଧାନ ଓ ମହିଷାଖାଲ ବସ୍ତିର ଭିକି ନାୟକ। ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ। ଆଜି ସେମାନଙ୍କୁ ଭୁବନେଶ୍ୱର ଜେଏମଏଫସି-୪ କୋର୍ଟରେ ହାଜର କରିବା ପରେ କୋର୍ଟ ଦିନିକିଆ ରିମାଣ୍ଡ ମଞ୍ଜୁର କରିଛନ୍ତି। ଜେରା ପରେ ସେମାନଙ୍କ ଘରେ ଚଢଉ କରିଛି ପୋଲିସ।

ସେମାନଙ୍କ ଘରୁ ଆକ୍ରମଣରେ ବ୍ୟବହୃତ ଦୁଇଟି ଖଣ୍ଡା ଓ ଗୋଟିଏ ପଲସର ବାଇକ ଜବତ ହୋଇଛି। ସେମାନଙ୍କୁ ଜେରା ଜାରି ରଖିଛି ପୋଲିସ। କାଲି ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯିବ। ବିଜେବି କଲେଜ ଛାତ୍ରଙ୍କ ଉପରେ ଆକ୍ରମଣ କରି ଫେରାର ଥିବା ଅନ୍ୟ ଅଭିଯୁକ୍ତ ଅଣଛାତ୍ରଙ୍କୁ ଧରିବାକୁ ପ୍ରୟାସ ଚଳାଇଛି ପୋଲିସ। ଆକ୍ରମଣ ଘଟଣାରେ ଆଜି ଆଉଜଣେ ଅଭିଯୁକ୍ତ ମହେଶ୍ୱର ସାହୁକୁ ଗିରଫ କରିଛି ବଡ଼ଗଡ଼ ଥାନା ପୋଲିସ। ଏଯାଏ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.