ଗାଁ ଦାଣ୍ଡରେ ଗାଡ଼ି ମଡେଇଦେଲା ନିଶାଗ୍ରସ୍ତ ଚାଳକ, ୨ ଶିଶୁଙ୍କ ସହ ମହିଳା ମୃତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ମଦ୍ୟପଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଯାହାର ଶୀକାର ହେଉଛନ୍ତି ସାଙାରଣ ଲୋକେ । ଏହି କ୍ରମରେ  ଗାଁ ଦାଣ୍ଡରେ ଖେଳୁଥିଲେ ଦୁଇ କୁନି କୁନି ପିଲା ଖେଳୁଥି୍ଲା ବେଳେ ମଡେଇଦେଲା ନିଶାଗ୍ରସ୍ତ ଚାଳକ । ଫଳରେ ୨ ଶିଶୁଙ୍କ ସହ ଜଣେ ମହିଳାଙ୍କ ମହିଳା ମୃତ୍ୟୁ ହୋଇଛି । ଶୁକ୍ରବାର ଅପରାହଣରେ ତାଳଚେର ଗୋବରା ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ କାର ଧକ୍କାରେ ୨ ଛୁଆଙ୍କ ସହ ଜଣେ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ପ୍ରମିଳା ପ୍ରଧାନ ବୋଲି ଜଣାପଡ଼ିଛି । ଗୁରୁତର ଅବସ୍ଥାରେ ୨ ଛୁଆ ପୁନମ ଓ ଗୁଗୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଦୁର୍ଘଟଣାରେ ତିନି ତିନଜଣଙ୍କ ମୃତ୍ୟୁ ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ନିଶାଗ୍ରସ୍ତ ଚାଳକଙ୍କୁ ଲୋକେ କାବୁ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରୁଛି । ମୃତଦେହ ଜବତ କରି ରଖିଛି ଆସନ୍ତା କାଲି ପୋଷ୍ଟ ମୋଟମ ପରେ ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.