ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଡ଼ମ୍ବା ଟି ସେତୁ ଅଘଟଣ। ଏସିବି ମେଡିକାଲ ରେ ଚିକିତ୍ସିତ ହେଉଥିବା ୪ଜଣଙ୍କ ଅବସ୍ଥା ସ୍ଥିର ରହିଛି। ଗୁରୁତର ଆହତ ହୋଇଥିବା ୧୧ ବର୍ଷୀୟ କେଶବ ଲେଙ୍କାଙ୍କ ସ୍ୱାସ୍ତ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କ ଗୋଡରେ ଆଘାତ ଲାଗିବା ଯୋଗୁ ଗୋଡ଼ ଭାଙ୍ଗି ଯାଇଛି। ଉଭୟ ଅର୍ଥପେଡିକ ଓ ସର୍ଜରି ବିଭାଗର ଡାକ୍ତରୀ ଟିମ କରୁଛନ୍ତି ଚିକିତ୍ସା। ତେବେ ୪ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଭଲ ରହିଛି ।
ଆସନ୍ତା ୨୪ ରୁ ୪୮ ଘଣ୍ଟା ଭିତରେ ସୁସ୍ଥ ଥିବା ଆହତ ଙ୍କୁ ଡିସଚାର୍ଜ କରାଯିବ ବୋଲି କହିଛନ୍ତି ଏସିବି ଜରୁରୀକାଳୀନ ଅଧିକାରୀ । ତେବେ ଗତକାଲି ମକର ସଂକ୍ରାନ୍ତି ଥିବାରୁ ବଡ଼ମ୍ବା ସିଂହନାଥ ମନ୍ଦିର ଯିବା ପାଇଁ ଟି ସେତୁ ଉପରେ ଲାଗିଥିଲା ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ଭିଡ଼। ଜହାକୁ ନେଇ ଦଳା ଚକଟା ଦୃଶ୍ୟ ସାମ୍ନା କୁ ଆସିଥିଲା। ଏହି ଅଘଟଣ ରେ 20 ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଏହାସହ ଜଣେ ମହିଳା ଙ୍କ ମୃତ୍ୟ ମଧ୍ୟ ଘଟିଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ଏସିବି ମେଡିକାଲ ରେ ଜଣ ଆହତ ଙ୍କୁ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରଯାଇଥିଲା।