୨ ଶହ ଟଙ୍କା ଦେଇ ୫୦ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ସ୍ୱାସ୍ଥ୍ୟ ଏଟିଏମ, ଜାଣନ୍ତୁ କେଉଁଠି ଓ କେମିତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ମାତ୍ର ୨ ଶହ ଟଙ୍କା ଦେଇ ୫୦  ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରିବ ସ୍ୱାସ୍ଥ୍ୟ ଏଟିଏମ। ଏହି ଏଟିଏମ ମେସିନ ଏଵେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ହେବ। ଏ ନେଇ ଓଡିଶା ରେ ପ୍ରଥମ କରି ଭୁବନେଶ୍ବରରେ ଉଦଘାଟନ ହେଲା ପ୍ରଥମ ପୁରସ୍କାରପ୍ରାପ୍ତ ହେଲ୍‌ ଏବଂ ୱେଲନେସ୍ ଏଟିଏମ୍. ଆଇଏଚ୍‌ଏଲ୍‌ ପକ୍ଷରୁ ଭୁବନେଶ୍ଵରଠାରେ ଏହି ଏଟିଏମ୍ ସେବା ଉତ୍କଳ ଚାମ୍ବର ଅଫ କମର୍ଶ ରେ ସହ ପ୍ରତିଷ୍ଠାତା ତଥା ସଭାପଟ ଡ଼ ସ୍ୱଦିପ ଶ୍ରୀବସ୍ତାବ ଏହାକୁ ଉଦ୍‌ଘାଟନ କରିଛନ୍ତି ।

ଓଡିଶାରେ ଏହି ହେଲ୍‌ଥ ଏଟିଏମ୍ ସେବା ଆଜି ୧୦ଟି ସ୍ଥାନରେ ଅବସ୍ଥାପିତ ହୋଇଥିବା ବେଳେ ଆଗାମୀ ୩ ମାସ ମଧ୍ୟରେ ଆଉ ୧୦୦ ଟି ଏଟିଏମ୍ ଅବସ୍ଥାପିତ କରାଯିବ ଯାହା ଓଡିଶାର ସ୍ଵାସ୍ଥ୍ୟ ସେବାକୁ ଅଧିକ ମଜବୁତ୍ କରି ପାରିବ । ଏହା ସହିତ ଆଗାମୀ 2023 ବର୍ଷ ରେ ଓଡିଶା ର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏହି ସେବାକୁ ଏକ ହଜାର ସ୍ଥାନ ରେ ଉପଲବ୍ଧ ହେବାକୁ ଲକ୍ଷ୍ୟ ରଖିଛି ସଂସ୍ଥା. ଏହି ଏଟିଏମ୍ ଏକ ଚମତ୍କାର ସ୍ଵାସ୍ଥ୍ୟ ଏଟିଏମ୍ ଏବଂ ସ୍ଵୟଂ – ସେବା ପ୍ରତିଷେଧକ ସ୍କ୍ରିନିଂ ମେସିନ୍ ।

ଏହା ବିଜ୍ଞାନର ଏକ ସ୍ବାଗତଯୋଗ୍ୟ ଉଦ୍‌ଭାବନ ଯାହା ସାଧାରଣ ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇପାରିବ । ଓଡିଶାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ସେମାନଙ୍କ ଇସିଜି , ରକ୍ତଚାପ , ଶରୀର ତାପମାତ୍ରା , ପଲ୍ସ ଏବଂ ବିଏମ୍ଇ ସହିତ ମେଟାବୋଲିଜିମ୍‌ର ଭାଇଟାଲ ସ୍କ୍ରିନିଂ ଅତି ସହଜରେ ଏହି ମେସିନ୍ ମାଧ୍ୟମରେ ପାଇପାରିବେ ।

ମାତ୍ର ୫ ମିନିଟ୍ ବ୍ୟବଧାନରେ ଏହି ହେଲ୍‌ଥ ଏଟିଏମ୍ ସ୍ଵାସ୍ଥ୍ୟ ସମ୍ପର୍କୀତ ରିପୋର୍ଟ ଯୋଗାଇଦେବ ଯାହା ଲୋକମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ହେବ ବୋଲି ଆଶା କରାଯାଉଛି । ରୋଟାରି କ୍ଲବ ଅଫ୍ ଫେଲୋସିପ୍ ଭୁବନେଶ୍ଵର ତରଫରୁ ୧୦୦ଟି ହେଲଥ ଏଟିଏମ୍ ମେସିନ୍ ବସା ଯିବାର ଯୋଜନା କରାଯାଇଛି । ଏହି ମେସିନ ସେବା ଉଦଘାଟନ କାର୍ଯ୍ୟକ୍ରମ ରେ ରୋଟାରି କ୍ଲବ ଅଫ୍ ଫେଲୋସିପ୍ ଭୁବନେଶ୍ୱରର ସଭାପତି ବିମ୍ବାଧର ବେହେରା , ରୋଟାରୀଆନ ସଭାପତି ପି.କେ ମିଶ୍ର , ସମ୍ପାଦକ ଗିରିଶ ପ୍ରସାଦ ମିଶ୍ର ଙ୍କ ସହଯୋଗ ରେ ଏହି ଏଟିମ ସେବା ସ୍ଥାପନା ହୋଇଛି.

Leave A Reply

Your email address will not be published.