ଅନୁଗୋଳ ଏନଏଚ୍ -୫୩ର ସମ୍ପ୍ରସାରଣ ସହ ରାଜପଥକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪ କୋଟି ମଞ୍ଜୁର: କେନ୍ଦ୍ର ସଡକ ପରିବହନ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):   ଅନୁଗୋଳ ଜିଲ୍ଲା ଜାତୀୟ ରାଜପଥ -୫୩କୁ ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅନୁଗୋଳ ଜିଲ୍ଲା ଏନଏଚ-୫୩ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଞ୍ଚଳ ଏବଂ ଖଣି କୋରିଡରକୁ ସଂଯୋଗ କରୁଛି । ରାଜପଥର ସମ୍ପ୍ରସାରଣ ଏବଂ ଉନ୍ନତିକରଣ ଦ୍ୱାରା ଲୋକଙ୍କ ଯାତୟତ ସୁରକ୍ଷିତ ହେବ । ଏହାବ୍ୟତିତ ଏହି ରାଜପଥ ଭାରି ଯାନର ଯାତାୟତ ସହଜ ହେବ ଏବଂ ଏହି ଶିଳ୍ପ କୋରିଡର ତଥା କୋଲ୍ ଇଣ୍ଡିଆ, ଏନଟିପିସି, ଜିନ୍ଦଲ ଷ୍ଟିଲର ସାମାଜିକ ଓ ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ ।

ଶ୍ରୀ ପ୍ରଧାନ କହିଛନ୍ତି ଏନଏଚ ୫୩ର ସମ୍ପ୍ରସାରଣ ଅନୁଗୋଳ ଏବଂସମ୍ବଲପୁର ଜିଲ୍ଲାର ଯାତାୟତକୁ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ସାମାଜିକ ଓ ଆର୍ଥିକ ବିକାଶରେ ଅଭିବୃଦ୍ଧି ଘଟିବ ।

Leave A Reply

Your email address will not be published.