ଅନୁଗୁଳ ଜିଲ୍ଲା ଏନ୍‌ଏଚ ପାଇଁ ୧୭୪.୨୧୫କୋଟି ଅନୁମୋଦନକୁ ନେଇ ଧନ୍ୟବାଦ ଜଣାଇଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୁଳ ଜିଲ୍ଲା ଏନଏଚ-୫୩ ରେଙ୍ଗାଲି, ବଜ୍ରକୋଟ, ଟାକୁଆ ଅଂଚଳର ୩ଟି ବାଇପାସ ଓ ଜାତୀୟ ରାଜପଥର ସଂପ୍ରସାରଣ ଓ ଦୁଇ ଲେନ୍ କରିବା ଲାଗି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୧୭୪.୨୧୫କୋଟି ଟଙ୍କା ଅନୁମୋଦନ କରିଛନ୍ତି । ଏହି ଜାତୀୟ ରାଜପଥ ପାରାଦୀପ ବନ୍ଦର ସହ ରାଜ୍ୟର ବୃହତ ଶିଳ୍ପାଂଚଳ ଓ ଖଣି ଅଂଚଳକୁ ସଂଯୋଗ କରିବ । ଏହି ସଂପ୍ରସାରଣ ଦ୍ୱାରା ଅଂଚଳର ବିକାଶ ସହିତ ଲୋକଙ୍କ ଯାତାୟତ ସୁରକ୍ଷିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ଏହା ବ୍ୟତୀତ ରାଜପଥରେ ଭାରିଯାନ ଯାତାୟତ ସହଜ ହେବା ସହ ବିଭିନ୍ନ ଶିଳ୍ପ କରିଡର ଯଥା-କୋଲ ଇଣ୍ଡିଆ, ଏନ୍‌ଟିପିସି, ଜିନ୍ଦଲ ଷ୍ଟିଲ ଭଳି ଅନେକ କମ୍ପାନୀମାନଙ୍କର ଆର୍ôଥକ ବିକାଶକୁ ତ୍ୱରାନିତ କରିବ । ଏନ୍‌ଏଚ-୫୩ ସଂପ୍ରସାରଣ ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଲୋକଙ୍କ ଯାତାୟତକୁ ସୁଗମ କରିବା ସହ ଶିଳ୍ପ କ୍ଷେତ୍ରରେ ଆର୍ôଥକ ବିକାଶରେ ସହାୟକ ହେବ ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ବିକାଶ ପାଇଁ ବଦ୍ଧପରିକର । ଏହି ସଂପ୍ରସାରଣ କାର୍ଯ୍ୟ ମୋଦିଜୀଙ୍କ ପୂର୍ବୋଦ୍ୱୟ ପରିକଳ୍ପନାରେ ଆଉ ଏକ ସୋପାନ ଆଗକୁ ଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ।

Leave A Reply

Your email address will not be published.