ବାଡମେର ଓ ଜୈସଲମେରରେ ଲକଡାଉନ୍

0

ଓଡ଼ିଆ ନ୍ୟୁଜ୍: ଭାରତ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲା ବାଡମେର ଏବଂ ଜୈସଲମେରରେ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ପାକିସ୍ତାନ ତରଫରୁ ଡ୍ରୋନ୍ ଆଟାକ୍ ଉଦ୍ୟମ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ କିଛି ଦିନ ହେବ ଜୈସଲମେର ଏବଂ ବାଡମେରରୁ ପାକିସ୍ତାନୀ ଡ୍ରୋନ୍ ଏବଂ ଅନ୍ୟ କିଛି ସନ୍ଦିଗ୍ଧ ଜିନିଷ ମିଳିଥିବା ଖବର ସାମ୍ନାକୁ ଆସିଛି ।

ସ୍ଥାନୀୟ ପ୍ରଶାସନ ବର୍ତ୍ତମାନର ସ୍ଥିତିକୁ ଧ୍ୟାନରେ ରଖି ଏଭଳି।ରାଜସ୍ଥାନ ବାଡମେରରେ ମଧ୍ୟ ଆକାଶ ମାର୍ଗରେ ବିମାନ ଏବଂ ଡ୍ରୋନ୍ ଭଳି ଜିନିଷ ଦେଖାଯାଇଥିବା କଥା ସାମ୍ନାକୁ ଆସିଛି । ଏଠାରେ ସାଇରନ୍ ବାଜିବା ସହ ପ୍ରଚଣ୍ଡ ଶବ୍ଦ ମଧ୍ୟ ଶୁଣିବାକୁ ମିଳିଛି । ଏହି ଅଞ୍ଚଳରେ ଆକାଶରେ ୨ରୁ ୩ଟି ଡ୍ରୋନ୍ ଭଳି ଜିନିଷ ଦେଖିବାକୁ ମିଳିଛି । ପାକିସ୍ତାନ ପଟୁ ଆକ୍ରମଣ ପରେ ସବୁ ଲୋକଙ୍କୁ ଘରେ ରହିବାକୁ ବାଡମେର କଲେକ୍ଟର ଟିନା ଡାବି ଅପିଲ୍ କରିଛନ୍ତି ।

Leave A Reply

Your email address will not be published.