ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା ଖେଳିଯାଇଛି। ଗୁରୁବାର ଭୋର ସମୟରେ ପ୍ରାଣୀ ଉଦ୍ୟାନରେ ଥିବା ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି। ୧୮ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି।୨୦୦୯ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡରୁ ସାରା ନନ୍ଦନକାନନ ଆସିଥିଲା।
‘ସାରା’ ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି। କିଛିଦିନ ହେବ ‘ସାରା’ ଠିକ୍ ଭାବେ ଖାଦ୍ୟ ଖାଉ ନ ଥିଲା। ପ୍ରାଣୀ ଉଦ୍ୟାନ ଚିକିତ୍ସକଙ୍କ ଦ୍ୱାରା ‘ସାରା’ର ଚିକିତ୍ସା କରାଯାଉଥିଲା । ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ଭୋପାଳ ଚିଡିଆଖାନାରୁ ୨୦୦୯ରେ ବାଘୁଣୀ ‘ସାରା’ନନ୍ଦନକାନନ ଆସିଥିଲା । ପ୍ରତି ବଦଳରେ ନନ୍ଦନକାନନରୁ ଗୋଟିଏ ଧଳାବାଘ ଦିଆଯାଇଥିଲା ।
ସାରା ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଦିନ ହେବ ଠିକ୍ ସେ ଖିଆ ପିଆ କରୁନଥିଲା। ପ୍ରାଣୀଉଦ୍ୟାନ ଚିକିତ୍ସକ ତା’ର ଚିିକିତ୍ସା କରୁଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସାରାର ମୃତ୍ୟୁ ହୋଇଛି। ସାରାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ହ୍ରାସ ପାଇଛି।
Comments are closed.