ବାହାର ରତ୍ନଭଣ୍ଡାର ଗଣତି ଶେଷ

0

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା।’୧୯୭୮ ତାଲିକା ଠାରୁ ଅଧିକ ଅଳଙ୍କାର ସେବକ ଗଣତି କରି ଦେଇଛନ୍ତି।’ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ମିଶାଇଲେ ୧୯୭୮ ତାଲିକା ଠାରୁ ଅଧିକ ହେବ’।’୨୦୨୬ ଗଣତି ତାଲିକାରେ ଏସବୁ ଅଳଙ୍କାରକୁ ସାମିଲ୍ କରିଛୁ’।ସୋମବାର ଠାରୁ ଭିତର ରତ୍ନଭଣ୍ଡାର ଗଣତି ପ୍ରକ୍ରିୟା ଆରମ୍ଭ ହେବ।ଭିତର ରତ୍ନଭଣ୍ଡାର ଗଣତି ବେଳେ ଜିଲ୍ଲା ଟ୍ରେଜେରୀରୁ ଚାବି ଆସିବ।ମାଜିଷ୍ଟ୍ଟେଟଙ୍କ ଉପସ୍ଥିତିରେ ଖୋଲିବା ପରେ ଗଣତି ମଣତି ଆରମ୍ଭ ହେବ।ପ୍ରକ୍ରିୟା ସରିବା ପରେ ପ୍ରତିଦିନ ସଂଧ୍ୟାରେ ତାଲାକୁ ଜଉମୁଦରେ ସିଲ୍ କରାଯିବ।

୧୩ ତାରିଖ ଦିନ ଜିଲ୍ଲା ଟ୍ରେଜରୀରୁ ଆସି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ । ପ୍ରତ୍ୟେକ ଦିନ ଗଣତି ମଣତି ଶେଷ ହେବା ପରେ ଜଉ ମୁଦ୍ ଦିଆଯାଇ ଚାବି ପୁନଶ୍ଚ ଟ୍ରେଜରୀକୁ ନିଆଯିବ । ୧୯୭୮ ମସିହା ଗଣତି ମଣତି ତାଲିକା ଅନୁଯାୟୀ ବାହାର ରତ୍ନଭଣ୍ଡାରରେ ୮୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର ଓ ୪୭୬୧ ଭରିର ୩୯ ପ୍ରକାର ରୂପା ଅଳଙ୍କାର ଓ ଦ୍ରବ୍ୟ ରହିଛି ।

ରତ୍ନ ଅଳଙ୍କାର ଗୁଡ଼ିକୁ ନିରବଚ୍ଛିନ୍ନ, ସୁନ୍ଦର ଏବଂ ନିର୍ଭୁଲ ଭାବେ ଗଣତି ମଣତି କରାଯାଇଛି । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତି ମଣତି ବନ୍ଦ ରହିବ । ଏହାପରେ ୧୬ ରୁ ୧୮ ଯାଏଁ ପୁଣିଥରେ ଗଣତି ମଣତି କରାଯିବ‌ ବୋଲି କହିଛନ୍ତି ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଆଜି ଗଣତି ମଣତି ପ୍ରକ୍ରିୟାରେ ରତ୍ନଭଣ୍ଡାର ତଦାରଖ କମିଟିର ଜଷ୍ଟିସ ବିଶ୍ୱନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସହିତ ପ୍ରାଧିକୃତ ସେବାୟତ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.