ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍ ଙ୍କୁ ବିନା ଟ୍ରାଏଲରେ ଏସୀୟ କ୍ରୀଡ଼ା ପାଇଁ ଦଳରେ ସାମିଲ୍ କରାଯାଇଛି । ଆଡହକ୍ କମିଟି ଦଳର ମୁଖ୍ୟ ପ୍ରଶିକ୍ଷକଙ୍କ ବିନା ଅନୁମତିରେ ଦୁଇ ଖେଳାଳିଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ଡବ୍ଳ୍ୟୁଏଫଆଇର ଏହି ନିଷ୍ପତ୍ତିକୁ ବିରୋଧରେ କିଛି ପହିଲମାନ ଅଦାଲତଙ୍କ ଦ୍ଵାରସ୍ଥ ହେବାକୁ ଯାଉଛନ୍ତି ।
କମିଟିର ଜଣେ ସଦସ୍ୟଙ୍କ କହିବା କଥା ପୁରୁଷ ୬୫ ଏବଂ ମହିଳା ୫୩ ଭାରବର୍ଗର ବିଜେତା ପହିଲମାନଙ୍କୁ ଏସୀୟ କ୍ରୀଡ଼ା ପାଇଁ ଷ୍ଟାଣ୍ଡବାଇ ଭାବେ ପଠାଯିବ। ଯଦି ବଜରଙ୍ଗ ଏବଂ ଭିନେଶ ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିବେ ନାହିଁ ଉଭୟଙ୍କୁ ଷ୍ଟାଣ୍ଡବାଇ ଭାବେ ଦଳରେ ରଖାଯିବ । ପୁରୁଷ ଏବଂ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ଜଗମିନ୍ଦର ସିଂ ଏବଂ ବୀରେନ୍ଦ୍ର ଦାହିଆଙ୍କ କହିବା କଥା ସେମାନଙ୍କୁ ବୈଠକକୁ ଡକାଯାଇ ନାହିଁ।