ବାଲିହରଚଣ୍ଡୀ ଲଜ୍ଜା, ପୀଡ଼ିତାଙ୍କୁ ଭେଟିଲା ବିଜେଡି

0

ଓଡ଼ିଆ ନ୍ୟୁଜ୍: ବାଲିହରଚଣ୍ଡୀ ଗଣଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ଭେଟିଲା ବିଜେଡି।ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ପୀଡ଼ିତାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍।ଜିଲ୍ଲା କୋର୍ଟ ପରିସରରେ ପୀଡ଼ିତାଙ୍କୁ ଭେଟି ବିସ୍ତୃତ ଆଲୋଚନା କଲେ।ପରେ ଏସ୍‌ପିଙ୍କ ସହ ଆଲୋଚନା କରି ନ୍ୟାୟ ଦେବାକୁ ଦାବି କଲେ।

ପୁରୀ ଜିଲାର ମା’ ବାଲିହରଚଣ୍ଡୀ ମନ୍ଦିର ନିକଟରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ଓ କ୍ଷୋଭ ବ୍ୟକ୍ତ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି ଯେ, ରାଜଧାନୀଠାରୁ ୫୦ କିଲୋମିଟର ଦୂରରେ ଏଭଳି ଅପରାଧ ଓଡ଼ିଶାର ଭାଜପା ସରକାରଙ୍କ ବିଫଳତାକୁ ଦର୍ଶାଉଛି।

ନବୀନ କହିଛନ୍ତି, ଭାଜପା ନେତାମାନେ ନାଟକୀୟ ଚିନ୍ତା ପ୍ରକାଶ କରୁଥିବା ବେଳେ ଅପରାଧୀମାନେ ଦିବାଲୋକରେ ମୁକ୍ତ ଭାବେ ଘୁରୁଛନ୍ତି। ଗୋପାଳପୁର, ବାଲେଶ୍ୱର, ବଳଙ୍ଗା ପରି ଅନେକ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ମିଳିନାହିଁ। ସେ ଅଭିଯୋଗ କରିଛନ୍ତି, ଭାଜପା ସରକାର ମହିଳାଙ୍କ ସୁରକ୍ଷା ଓ ସଶକ୍ତିକରଣରେ ବିଫଳ ହୋଇଛନ୍ତି, ଯାହା ଓଡ଼ିଶାର ଆନ୍ତର୍ଜାତୀୟ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇପାରେ।

Leave A Reply

Your email address will not be published.