ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକବାସୀଙ୍କ ପାଇଁ ଖୁସି ଖବର। ୨ ବର୍ଷ ପରେ ମହାନଦୀ ପଠାରେ ଅନୁଷ୍ଠିତ ହେବାକୁ ଯାଉଛି ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି। ଦୁଇ ବର୍ଷ ହେଲା ମହାମାରୀ କରୋନା ପାଇଁ ବନ୍ଦ ଥିଲା ବାଲିଯାତ୍ରା । ଅନେକ ବେପାରୀ ନିଜ ଜୀବିକା ହରାଇଥିଲେ। ଯାହାକୁ ନଜରରେ ରଖି କଟକ ଜିଲ୍ଲାପାଳ ଏବର୍ଷ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଏବେ ଠାରୁ ଆମକୁ ବାଲିଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ଏ ନେଇ ତାହାର ପ୍ରସ୍ତୁତି ଆରମ୍ଭ କରିବାକୁ ପଡିବ ।
ଦୁଇ ବର୍ଷ ହେବ covid19 ପାଇଁ ବହୁତ ବ୍ୟବସାୟ ମାନେ ତାଙ୍କର ଜୀବିକା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ଏ ବର୍ଷ ବାଲିଯାତ୍ରା ହେବ ଓ ସମସ୍ତେ ଏହାର ଲାଭ ନେଇ ପାରିବେ । କରୋନା ର ସ୍ଥିତି ସୁଧୁରିବା ପରେ ବାଲିଯାତ୍ରା କରାଯିବାର ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ବାରବାଟୀ ଷ୍ଟାଡିୟମ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଏହି ଯାତ୍ରା (ଅକ୍ଟୋବର-ନଭେମ୍ବର) କାର୍ତ୍ତିକ ମାସର ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥାଏ।7 ରୁ 8 ଦିନ ଧରି ଚାଲିଥାଏ କଟକ ବାଲିଯାତ୍ରା ।