ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ତଦାରଖ | ସମ୍ଭାବ୍ୟ ବାତ୍ୟା “ଦାନା” କୁ ମୁକାବିଲା ପାଇଁ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁରବିକାଶ ସୋର ଏବଂ ବାହାନଗା ବ୍ଲକ ର ବିଭିନ୍ନ ସମୁଦ୍ରକୁଳିଆ ପଞ୍ଚାୟତ ର ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳୀ ବୁଲି ତଦାରଖ କରିଛନ୍ତି |

ସୋର ବ୍ଲକ ର ତଳିଆ ଅଞ୍ଚଳ କୁହାଯାଉଥିବା ଟେଣ୍ଟେଇ, ପାଖର, ଅନନ୍ତପୁର, ଗୁଡ଼, ପଞ୍ଚାୟତ ସହ ବାହାନଗା ବ୍ଲକ ର ଖରାସାହାପୁର, ଅଭଣା, ବିଷ୍ଣୁପୁର, ରୂପଖଣ୍ଡ, ବରଜଦେଉଳି ପଂଚାୟତ ପରି ତଳିଆ ଅଞ୍ଚଳ ବୁଲି ଜିଲ୍ଲାପାଳ ତଦାରଖ କରିଛନ୍ତି | ଆବଶ୍ୟକ ପଡିଲେ ଲୋକ ମାନଙ୍କୁ ସୁରକ୍ଷା ସ୍ଥାନକୁ ସ୍ଥାନାନ୍ତର, ରନ୍ଧାଖାଦ୍ୟ, ଦେବାପାଇଁ ବ୍ୟବସ୍ଥା କରାଯାଇଛି |

ସ୍ଥାନୀୟ ବିଡ଼ିଓ,ତହସିଲଦାର,ସ୍ଥାନୀୟ ସରପଞ୍ଚ, ଲୋକ ପ୍ରତିନିଧି ମାନଙ୍କୁ ସଜାଗ ରହିବା ପାଇ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି | ପାନୀୟ ଜଳ ର କୌଣସି ଅସୁବିଧା ନହେବା ପାଇଁ ଜଳ ଓ ପରିମଳ ବିଭାଗ ର ଅଧିକାରୀ ମାନେ ମଧ୍ୟ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲୁଛନ୍ତି | ନିରବିଛୀନ ବିଦ୍ୟୁତ ସେବା ପାଇଁ ବିଦ୍ୟୁତ ବିଭାଗ କୁ ନିର୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି |

Leave A Reply

Your email address will not be published.