ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ବିଶ୍ୱକପ୍ ଇତିହାସରେ ବାଂଲାଦେଶର ରେକର୍ଡ ବିଜୟ । ଏପର୍ଯ୍ୟନ୍ତ ବାଂଲାଦେଶ ଠାରୁ ଶ୍ରୀଲଙ୍କା ଆଦୌ ହାରି ନଥିବା ବେଳେ ଚଳିତ ବିଶ୍ୱକପ୍ ରେ ଏହା ସମ୍ଭବ ହୋଇଛି । ଏ ବିଶ୍ୱକପରେ ୩୮ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩ ୱିକେଟରେ ହରାଇଛି ବାଂଲାଦେଶ । ଯଦିଓ ସେମିଫାଇନାଲ ଦୌଡରୁ ବାଂଲାଦେଶ ପୂର୍ବରୁ ବାଦ୍ ପଡିଥିଲା, ଶ୍ରୀଲଙ୍କାର ସାମାନ୍ୟ ଆଶା ରହିଥିଲା । କିନ୍ତୁ ଏହି ମ୍ୟାଚ୍ ହାରି ଶ୍ରୀଲଙ୍କା ବି ବାଦ୍ ପଡିଛି । ଏବେ ପଏଂଟ ଟେବୁଲ ତାଲିକାର ୭ମ ସ୍ଥାନରେ ବାଂଲାଦେଶ ଓ ୮ମ ସ୍ଥାନରେ ଶ୍ରୀଲଙ୍କା ରହିଛି ।
ସୋମବାର ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିଅମରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ବାଂଲା ଟିମ୍ ଫିଲ୍ଡିଂ ନେଇଥିଲା । ଶ୍ରୀଲଙ୍କାର ଖରାପ ଆରମ୍ଭ ହୋଇଥିଲା । ତେବେ ଦ୍ୱିତୀୟ ୱିକେଟରେ ପାଥୁମ୍ ନିଶଙ୍କା ଓ କୁସଲ ମେଣ୍ଡିସ ୬୧ ରନର ଭାଗିଦାରୀ କରିଥିଲେ । ଚରିଥ ଅସଲଙ୍କାଙ୍କ ଶତକ ବଲରେ ଶ୍ରୀଲଙ୍କା ୪୯ ଓଭର ଓ ୩ଟି ବଲରେ ୨୭୯ ସ୍କୋର କରି ଅଲଆଉଟ୍ ହୋଇଥିଲା । ଅସଲଙ୍କା ୧୦୫ଟି ବଲରୁ ୬ଟି ଚୌକା ଓ ୫ଟି ଛକା ସହ ୧୦୮ରନ କରିଥିଲେ । ନିଶଙ୍କା ୪୧ରନ, ସଦୀରା ସମରୱିକ୍ରମ ୪୧, ଧନଞ୍ଜୟ ଡି ସିଲଭା ୩୪ ଓ ମହୀଶ ତୀକ୍ଷଣ ୨୧ ରନ କରିଥିଲେ । ତେବେ ବାଂଲାଦେଶର ଅଧିନାୟକ ଶାକିବ୍ ଅଲ୍ ହସନଙ୍କ ଟାଇମ୍ ଆଉଟ୍ ବଲ ଯୋଗୁ ଏଞ୍ଜେଲୋ ମାଥୁ୍ୟସ ବ୍ୟାଟିଂ କରିବାକୁ ଆସି ତୁରନ୍ତ ପ୍ୟାଭିଲିୟନକୁ ଫେରିଯାଇଥିଲେ । ଖେଳୁଆଡ ମନୋଭାବର ଅଭାବ ଦର୍ଶାଇ ଶାକିବଙ୍କୁ ଏଥିପାଇଁ କ୍ରିକେଟ୍ ପ୍ରେମୀ ସମାଲୋଚନା କରିଛନ୍ତି ।
ବାଂଲାଦେଶ ପକ୍ଷରୁ ତଞ୍ଜିମ ହସନ ସାକିବ୍ ୩ଟି, ଶୋରିଫୁଲବ ଇସଲାମ ଓ ଶାକିବ ୨ଟି ଲେଖାଏଁ ଓ ମେହିଦୀ ହସନ ଗୋଟିଏ ୱିକେଟ୍ ନେଇଥିଲେ । ଜବାବରେ ବାଂଲାଦେଶ ମଧ୍ୟ ଭଲ ଆରମ୍ଭ କରିନଥିଲା । ତେବେ ନଜମୁଲ ହୋସେନ ଶାଣ୍ଟୋ ଓ ଶାକିବଙ୍କ ଅର୍ଦ୍ଧ ଶତକ ବଳରେ ବାଂଲା ମ୍ୟାଚକୁ ଫେରିଥିଲା । ଦୁହେଁ ତୃତୀୟ ୱକେଟରେ ୧୬୯ ରନର ଭାଗିଦାରୀ କରିଥିଲେ ଶାଣ୍ଟୋ, ୧୦୧ଟ୍ ବଲରୁ ୧୨ଟି ଚୌକା ସହ ୯୦ ଏବଂ ଶାକିବ୍ ୬୫ଟି ବଲରୁ ୧୨ଟି ଚୌକା ଓ ୨ଟି ଛକା ସହ ୮୨ ରନ କରିଥିଲେ । ଲିଟନ ଦାସ ୨୩ ଓ ମାମୁଦୁଲ୍ଲା ୨୨ ରନ କରିଥିଲେ । ବାଂଲାଦେଶ ୪୧ ଓଭର ଓ ଗୋଟିଏ ବଲରେ ୨୮୨ ରନ କରି ମ୍ୟାଚ ଜିତି ନେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଦିଲଶାନ ମଧୁଶଙ୍କା ୩ଟି, ଶୋରିଫୁଲ ଇସଲାମ ଓ ଶାକିବ ୨ଟି ଲେଖାଏଁ ଓ ମେହିଦୀହାସନ ଗୋଟିଏ ୱିକେଟ ନେଇଥିଲେ । ଶାକିବଙ୍କୁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା ।