ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମହେଶ୍ବର ମହାନ୍ତିଙ୍କ ପରଲୋକ । ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୋର ୩ଟା ୨୫ରେ ଶେଷ ନିଶ୍ବାସ ତ୍ୟାଗ ସୂଚନା । ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ମହେଶ୍ବର ମହାନ୍ତି । ଗତ ୩୧ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବା ଯୋଗୁଁ ତାଙ୍କୁ ମେଡିକାଲ ଅଣାଯାଇଥିଲା । ମହେଶ୍ବରଙ୍କ ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ରହିଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ତାଙ୍କର ରିକଭରି ହୋଇପାରିନଥିଲା । ଶେଷରେ ଆଜି(ମଙ୍ଗଳବାର) ସକାଳ ୩ଟା ୨୫ ମିନିଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପୂର୍ବତନ ବାଚସ୍ପତିଙ୍କ ବିୟୋଗରେ ପୁରୀରେ ଶୋକର ଛାୟା ଖେଳିଯାଇଛି ।

ଅକ୍ଟୋବର ୩୧ ତାରିଖ ସନ୍ଧ୍ୟା ସମୟରେ ମହେଶ୍ବର ମହାନ୍ତି ପୁରୀ ସହରରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥିଲେ । ସେହି ସମୟରେ ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କର ଷ୍ଟ୍ରୋକ୍‌ ହୋଇଥିଲା । ପୂର୍ବତନ ବାଚସ୍ପତିଙ୍କ ଅସୁସ୍ଥତା ଖବର ପ୍ରଘଟ ପରେ ଦଳୀୟ କର୍ମୀମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଶ୍ରୀମନ୍ଦିରରେ ଦୀପଦାନ ମଧ୍ୟ କରିଥିଲେ ।

ମହେଶ୍ବର ମହାନ୍ତି ପୁରୀ ବିଧାନସଭା ଆସନରୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ। ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ସେ ପୁରୀରୁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ ସେ ବିଭିନ୍ନ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ରାଜ୍ୟ ବିଧାନସଭାର ବାଚସ୍ପତି ଦାୟିତ୍ବ ତୁଲାଇଥିଲେ । ଏବେ ସେ ପୁରୀ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ତୁଲାଉଥିଲେ। ସେ ଛାତ୍ର ଜୀବନରୁ ସକ୍ରିୟ ରାଜନୀତି ଆରମ୍ଭ କରିଥିଲେ। ସ୍ୱର୍ଗତଃ ମହେଶ୍ୱର ମହାନ୍ତି ବିଧାନସଭାକୁ ନିର୍ବାଚିତ ହେବା ପୂର୍ବରୁ ପୁରୀ ପୌର ପରିଷଦର ୨ଥର ଅଧ୍ୟକ୍ଷ ଥିଲେ ।

Leave A Reply

Your email address will not be published.