ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ପାରାଦ୍ୱୀପ କଲେଜ ଭିତରେ ଏକ ଛାତ୍ରୀ ଙ୍କୁ ଖରାପ ଆଚରଣ, ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ କଲେଜ କ୍ୟାମ୍ପସ ଭିତରେ ଏକ ଅଭାବନୀୟ ଘଟଣା | ଚାଲିଥିଲା ପ୍ଲସ 2 ପରୀକ୍ଷା, ହଠାତ କଲେଜ ଭିତରକୁ ପଶି ଆସିଲେ ଅଣଛାତ୍ର | କେହି କିଛି ବୁଝିବା ପୂର୍ବରୁ କଲେଜ ର ଜଣେ ପ୍ଲସ 2 ଛାତ୍ରୀ ଙ୍କ ଗାଲକୁ କାମୁଡ଼ିଦେବା ସହିତ କରିଥିଲେ ଟଣା ଓଟରା |
ଯାହାକୁ ନେଉ ଉତ୍ୟକ୍ତ ହୋଇପଡ଼ିଥିଲେ କଲେଜ ର ଛାତ୍ରଛାତ୍ରୀ l ଉତ୍ୟକ୍ତ ଛାତ୍ରଛାତ୍ରୀ ମାନେ ଉକ୍ତ ଅଣଛାତ୍ର କୁ କଲେଜ ବାହାର କୁ ଘୋଷାରି ନେଇ ଦେଇଥିଲେ ଭଲ ରକମର ଉତ୍ତମ ମାଧ୍ୟମ l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ କଲେଜ ରେ l ବିଚରା ଅଣଛାତ୍ର ଟି ଭଲ ରକମ ର ମାଡ଼ ଖାଇବା ପରେ ଛାତ୍ରଛାତ୍ରୀ ଓ କଲେଜ କର୍ତୃପକ୍ଷ ଙ୍କ ତରଫରୁ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ ଅଣଛାତ୍ର କୁ ଗିରଫ କରିଥିବା ସୂଚନା ମିଳିଛି l
ତେବେ ଉକ୍ତ ଅଣଛାତ୍ର ଜଣକ ପୂର୍ବରୁ ଛାତ୍ରୀ ଜଣଙ୍କୁ କମେଣ୍ଟ କରିବା ନେଇ ଛାତ୍ରୀ ର ବାପା ଉକ୍ତ ଅଣଛାତ୍ର ର ବାପା ଙ୍କୁ ଅବଗତ କରିବା ସହିତ ଉଭୟ ପକ୍ଷ ଙ୍କ ଆଲୋଚନା ପରେ ଘଟଣା ର ସମାଧାନ ହୋଇଥିଲେ ମଧ୍ୟ ଆଜିର ଘଟଣା କୁ ଚିନ୍ତାରେ ପଡିଛନ୍ତି ଛାତ୍ରୀ ର ବାପା l କଣ ପାଇଁ ଓ କେଉଁ ଉଦ୍ଦେଶ୍ୟ ରେ ଏହି ଅଣଛାତ୍ର ଜଣକ କଲେଜ ଭିତରେ ପଶି ଝିଅ ସହିତ ଏଭଳି କାଣ୍ଡ ଭିଆଇଛି ତାହାକୁ ନେଇ ଛାତ୍ରୀ ର ବାପା ପାରାଦୀପ ଥାନା ରେ ଅଭିଯୋଗ କରିବା ସହିତ ନ୍ୟାୟ ଭିକ୍ଷା କରିଛନ୍ତି