ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଜଗତସିଂହପୁରବ୍ଲକ ସଦର ମୁଦୁପୁର ପଞ୍ଚାୟତ ମୁଦୁପୁର ଗ୍ରାମରେ ସହ ସହ ଚାଷିଙ୍କ ମୁଣ୍ଡରେ ଚଡକ ପଡିଥିବାବେଳେ ଦେଖିବାକୁ ମିଳିଛି କରୁଣ ଚିତ୍ର।ଗୋଟେ ପଟେ ରାଜ୍ୟ ସରକାରଙ୍କ ଚାଷିଙ୍କ ପାଇଁ ବଡ ବଡ ଘୋସଣା । ବିଭିନ୍ନ ଗଣମାଧ୍ୟମ ରେ ବାହା ବାହା ନେଉଥିବା ବେଳେ ତାର ଓଲଟା କରୁଣ ଭରା ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ବ୍ଲକ ସଦର ମୁଦୁପୁର ପଞ୍ଚାୟତ ମୁଦୁପୁର ଗ୍ରାମରେ ଜାହାକୁ ଦେଖିଲେ ପାଦତଳୁ ମାଟି ଖସିଜିବ ।
ଏଭଳି କରୁଣ କାହାଣି ଶୁଣିବା ପରେ ଘଟଣା ସ୍ଥଳରେ ଆମର ପ୍ରତିନିଧି ଘଟଣା ସ୍ଥଳରେ ପହଞ୍ଚିବା ପରେ ଚାଷଜମିରେ ସରକାରଙ୍କ ପଖ୍ୟରୁ ଲଖ୍ୟାଧିକ ଟଙ୍କା ଖର୍ଚ୍ଚ ହୋଇ କୃଷକ ବନ୍ଧୁ ଜୋଜନା ନାରେ ବୋରିଙ୍ଗ ଅଛି ହେଲେଦିର୍ଘଦିନ ହେବ ଅଚଳ ।ଦାଇତ୍ବରେ ଥିବା ଅଧିକାରୀ ତାଲା ପକାଇ ରଖିଥିବା ବେଳେ ଅନ୍ୟପକ୍ଷରେ କେନାଲ ସଫେଇ ଓ ଖୋଦେଇରେ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇ କାମ ହୋଇଛି ହେଲେ ଚାଷ ଜମିରେ ପାଣିପହଞ୍ଚିବା ଅସମ୍ଭବ ।ଯେଉଥି ପାଇଁ ଆଜି ସହ ସହ ଚାଷିଙ୍କ ସହ ସହ ହେକ୍ଟର ଚାଷ ଜମିରେ ପାଣି ନ ଥିବାରୁ । ଧାନ ଗଛରେ ଫୁଲ ଓ ଗର୍ଭ ଧାରଣ କରୁଥିବା ବେଳେ ପାଣିର ଘୋର ଅଭାବ ଜାହାପାଇ ଚାଷିମାନେ ଚାଷକରିଥିବା ଧାନଚାଷ ରେ ମରୁଡିର ସମୁଖିନ ହୋଇଥିବା ବେଳେ ପ୍ରସାସନ ନିରବଦ୍ରଷ୍ଟା ତେବେ ଏଠି ପ୍ରଶ୍ନ ଉଠେ ରାଜ୍ୟ ସରକାରଙ୍କ ଚାଷିଙ୍କ ପାଇଁ କରିଥିବା ଜୋଜନା କଣ ଧୁଆଁବାଣ ।
ଜାହାକୁ ଭରସାକରି ଚାଷିଙ୍କ ଜିବନ ଦୁର୍ଦ୍ଦିନରେ ।ଏଇ ହେଉଛି ସେହି ବୋରିଙ୍ଗ ତା ସହିତ ମାଳମାଳ ଟାଙ୍କି ହେଲେ ପାଣି ନାହିଁ।ଏ ହେଉଛି ଚାସିଙ୍କ ଚାଷଜମି ହେଲେ ଗଛରେ ଫୁଲ ଫୁଟି ଗର୍ଭଧାରଣ କରିଥିବା ବେଳେ ଚାଷଜମିରେ ପାଣି ନାହିଁ ।ଖେତ ଫାଟି ଆଁ କରିଛି ।ଏଭଳି ପରିସ୍ଥିତିରେ ଚାଷି ଲୋନକରି ଚାଷକରିଥିବା ଚାଷି କଣ କରିବ ।ତେବେ ରାଜ୍ୟ ସରକାରଙ୍କ ଘୋସଣା କାହାପାଇଁ ।କେବଳ ଭୋଟ ପାଇଁ ନୁହେଁ ତ ।ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟ ସରକାରଙ୍କ ଚାଷି ଜୋଜନା କେବଳ ଘୋସଣା ରହିଗଲା ଏ ହେଉଛି ସେହି ରାସ୍ତା ।ଜେଉଁ ରାସ୍ତାରେ ସହସହ ଚାଷିଙ୍କ ପାଇଁ ଗମନାଗମନ ହେଉଥିବା ରାସ୍ତା ର ଦୃଶ୍ୟ କିଭଳି ଏହାକୂ ଦେଖିବା ପରେ ମୁଦୁପୁର ପଞ୍ଚାୟତ ର ଚାଷି ଏହାକୁ ନେଇ ଦେଲେ ଚେତାବନୀ