ଫୁଲକୋବିର ଉପକାରିତା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  କାର୍ତ୍ତିକ ମାସରେ ଅଧିକାଂଶ ଘରେ ନିରାମିଷ ଖାଇଥାନ୍ତି । ଆଉ ଏହି ମାସରେ ବଜାରରେ ବିଭିନ୍ନ ପନିପରିବା ଦେଖାଯାଇଥାଏ । ଅନେକ ଲୋକଙ୍କ ପ୍ରିୟ ପନିପରିବା ମଧ୍ୟରେ ଫୁଲକୋବି ନିଶ୍ଚୟ ସାମିଲ ରହିଥାଏ । ପନିପରିବା ବ୍ୟତୀତ ପାଲୋଉ, ମଞ୍ଚୁରିଆନ ଭଳି ଅନେକ ସ୍ଵାଦିଷ୍ଟ ଖାଦ୍ୟ ତିଆରି ପାଇଁ ଫୁଲକୋବି କୁ ବ୍ୟବହାର କରାଯାଏ । ତେବେ ଅନେକ ସମୟରେ ଦେଖାଯାଏ, ଫୁଲକୋବି ଖାଇବା ସମୟରେ କିଛି ଜଣଙ୍କର ଗ୍ୟାଷ୍ଟ୍ରିକ୍ ସମସ୍ୟା ଦେଖାଯାଇଥାଏ ।

କୋବିରେ ଫାଇବର, ଭିଟାମିନ କେ ଭଳି ଅନେକ ପୋଷୋକ ତତ୍ତ୍ଵ ରହିଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭ କାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା, ଫୁଲକୋବି କୁ କିପରି ପ୍ରସ୍ତୁତ କରିଲେ ଏବଂ ଖାଇଲେ ଗ୍ୟାଷ୍ଟ୍ରିକ ସମସ୍ୟା ହେବ ନାହିଁ । ଫୁଲକୋବିରେ ପ୍ରସ୍ତୁତ ବ୍ୟଞ୍ଜନକୁ ରାତି ବଦଳରେ ଦିନ ସମୟରେ ପ୍ରସ୍ତୁତ କରି ଖାଆନ୍ତୁ। ଦିନଯାକ ମେଟାବୋଲିଜିମ୍‌‌ ଭଲ ଭାବେ କାର୍ଯ୍ୟ କରିଥାଏ। ଏହାସହ ଦିନଯାକ ଅନେକ ଶାରୀରିକ ପରିଶ୍ରମ ମଧ୍ୟ କରାଯାଏ। ଫଳରେ ପାଚନ ତନ୍ତ୍ର ସଠିକ୍‌‌ ଭାବେ କାର୍ଯ୍ୟ କରିବା ସହ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ରାତି ସମୟରେ ମେଟାବୋଲିଜିମ୍‌‌ ଧୀର ହେଉଥିବାରୁ ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ପନିପରିବାକୁ ଭଲ ଭାବେ ପ୍ରସ୍ତୁତ କରି ଖାଇବା ଉଚିତ। କଞ୍ଚା ସାମାନ୍ୟ ରହିଲେ ମଧ୍ୟ ଗ୍ୟାଷ୍ଟ୍ରିକ ସମସ୍ୟା ସୃଷ୍ଟି କରେ। ସେଭଳି ପରିବା ମଧ୍ୟରେ ଫୁଲକୋବି ମଧ୍ୟ ସାମିଲ। ସାଲାଡ୍‌‌ରେ କଞ୍ଚା କିମ୍ବା ଅଳ୍ପ ସିଝା ଭାବେ ଫୁଲ କୋବି ଖାଆନ୍ତୁ ନାହିଁ।

ଏହାଦ୍ୱାରା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ସର୍ବଦା କୋବିକୁ ଭଲ ଭାବେ ପ୍ରସ୍ତୁତ କରି ଖାଆନ୍ତୁ। ଫୁଲ କୋବିକୁ ପ୍ରସ୍ତୁତ କରିବା ସମୟରେ ଏଥିରେ କିଛି ସ୍ୱତନ୍ତ୍ର ଜିନିଷ ପକାଇ ପ୍ରସ୍ତୁତ କରନ୍ତୁ। ଏଥିରେ ଅଦା, ଲବଙ୍ଗ ପକାଇ ପ୍ରସ୍ତୁତ କଲେ ଏହା ସ୍ୱାଦିଷ୍ଟ ହେବା ସହ ସହଜରେ ହଜମ ହୋଇଥାଏ। ଗ୍ୟାଷ୍ଟ୍ରିକ ସମସ୍ୟା ହୋଇନଥାଏ। ହେଙ୍ଗୁ ବର୍ତ୍ତମାନ ନୁହେଁ ବରଂ ଅନେକ ପୁରାତନ ସମୟରେ ଖାଦ୍ୟରେ ବ୍ୟବହୃତ ହେଉଛି। ଏହା ଗ୍ୟାଷ୍ଟ୍ରିକ୍‌‌ ସମସ୍ୟାରୁ ରକ୍ଷା କରିଥାଏ। ତେଣୁ କୋବି ପ୍ରସ୍ତୁତ କରିବା ସମୟରେ ସାମାନ୍ୟ ହେଙ୍ଗୁ ପକାଇ ପ୍ରସ୍ତୁତ କରନ୍ତୁ। ଗ୍ୟାଷ୍ଟ୍ରିକ ସମସ୍ୟାରୁ ରକ୍ଷା କରିବା ସହ ପେଟ ଯନ୍ତ୍ରଣା,ବଦହଜମି ଆଦିକୁ ଦୂର କରିଥାଏ।

Leave A Reply

Your email address will not be published.