ଓଡ଼ିଆ ନ୍ୟୁଜ୍: ବଡ଼ବିଲରେ ବନ୍ଧୁକ ମୁନରେ ବଡ଼ ଧରଣର ବ୍ୟାଙ୍କ୍ ଲୁଟ୍।ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ବନ୍ଧୁକ ଦେଖାଇ ଲୁଟି ନେଲେ ୬ ଦୁର୍ବୃତ୍ତ। ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର, ୫ ଲକ୍ଷ କ୍ୟାସ୍ ଲୁଟି ନେଲେ। ୫ଟି ବାଇକ୍ରେ ୬ ଦୁର୍ବୃତ୍ତ ଆସି ଲୁଟି ଚମ୍ପଟ୍ ମାରିଥିବା ସୂଚନା।
ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ମହାରାଷ୍ଟ୍ର ବ୍ୟାଙ୍କରୁ ବଡ଼ ଧରଣର ଡ଼କାୟତି । ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାର । ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ । ୫ଟି ବାଇକ୍ ରେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଓ ୮ ଲକ୍ଷ ନଗଦ ଟଙ୍କା ଲୁଟି ନେଲେ । ର୍ବୃତ୍ତମାନେ ଗ୍ରାହକ ଭାବେ ବ୍ୟାଙ୍କରେ ପହଞ୍ଚି ପ୍ରଥମେ ମ୍ୟାନେଜର୍ ଙ୍କ ନିକଟକୁ ଯାଇ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ । ଅନ୍ୟ ଗ୍ରାହକମାନଙ୍କୁ ଏକ ଘରେ ପସାଇ ବନ୍ଦ କରି ଦେଇ ଲକର୍ ତାଲା ଆଣି ସେଠାରୁ ୫କୋଟି ଟଙ୍କାରୁ ଉର୍ଧ୍ବ ସୁନା ଏବଂ ନଗଦ ୮ଲକ୍ଷ ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ । ଖବର ପାଇ ବଡ଼ବିଲ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଜାରି ରଖିଛି।