ଓଡ଼ିଆ ନ୍ୟୁଜ୍: ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ବ ଆଇନ୍।ଏ ନେଇ ଚିଠା ତାଲିକା ଉପରେ ହେଲା ଆଲୋଚନା। ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା। ସମସ୍ତ ରାଜସ୍ୱ ଆଇନକୁ ଅଧ୍ୟୟନ କରି ସଂଶୋଧନ କରିବ ବିଭାଗ।ଓଡ଼ିଶା ପ୍ରିଭେନସନ୍ ଅଫ୍ ଲ୍ୟାଣ୍ଡ ଏନ୍କ୍ରୋଚମେଣ୍ଟ ଆକ୍ଟ ବଦଳିବ। ଓଡ଼ିଶା ସରକାର ଲ୍ୟାଣ୍ଡ ସେଟଲମେଣ୍ଟ ଆକ୍ଟ ମଧ୍ୟ ବଦଳିବ। ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ, ଡ୍ରାଫ୍ଟ ପ୍ରସ୍ତୁତ ସରିଛି।
ଡ୍ରାଫ୍ଟକୁ ପୂର୍ଣ୍ଣାଙ୍ଗ ରୂପ ଦେବା ଲାଗି ଅନୁମୋଦନ ପାଇଁ ବିଭାଗକୁ ଆସିବ।ଅନୁମୋଦନ ପରେ ଏକ ମାସ ଲାଗି ୱେବସାଇଟରେ ରଖାଯିବ। ସମସ୍ତଙ୍କ ଠାରୁ ମତାମତ ପରେ ଆଇନ ବିଭାଗକୁ ଯିବ।ଆଇନ୍ ବିଭାଗ ପରେ କ୍ୟାବିନେଟ୍ ହୋଇ ବିଧାନସଭାରେ ଉପସ୍ଥାପନ ହେବ।ବିଧାନସଭାରେ ବିଲ୍ ପାସ୍ ପରେ ନୂଆ ଆଇନ୍ରେ ପରିଣତ ହେବ।