ଓଡ଼ିଆ ନ୍ୟୁଜ୍: ପ୍ରୋଟୋକଲ ଭାଙ୍ଗି UAE ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣରେ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟଦ ଅଲ୍ ନାହୟାନ ଭାରତ ଗସ୍ତରେ ଆସିଥିଲେ । ନୂଆଦିଲ୍ଲୀ ବିମାନ ବନ୍ଦରରେ ଓହ୍ଲାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୋଟୋକଲ୍ ଭାଙ୍ଗି ଜୋରଦାର ସ୍ୱାଗତ କରିଥିଲେ । ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ଏହା ମହମ୍ମଦଙ୍କ ଏହି ଗସ୍ତ ସବୁଠୁ କମ ସମୟ ପାଇଁ ହୋଇଛି । ମୋଟ ଉପରେ ୟୁଏଇ ରାଷ୍ଟ୍ରପତି ଭାରତରେ କେବଳ ୧ ଘଣ୍ଟା ୪୫ ମିନିଟ୍ ହିଁ ରହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ଏହା ଶେଖ ମହମ୍ମଦ ବିନ୍ ଜାୟଦଙ୍କ ଦ୍ୱାରା କୌଣସି ଟ୍ରାନଜିଟ୍ ଗସ୍ତ ନୁହେଁ । ଶେଖ ମହମ୍ମଦ ବିନ୍ ଜାୟଦ ଅଲ୍ ନାହୟାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପାଇଁ ସ୍ୱତନ୍ତ୍ର ଭାବରେ ୟୁଏଇରୁ ଭାରତ ଯାତ୍ରା କରିଥିଲେ । ଦୂରତାକୁ ବିଚାରକୁ ନେଲେ, ଆବୁଧାବିରୁ ନୂଆଦିଲ୍ଲୀକୁ ବିମାନ ଯାତ୍ରାରେ ତିନି ଘଣ୍ଟାରୁ ଅଧିକ ସମୟ ଲାଗେ ।