ଓଡ଼ିଆ ନ୍ୟୁଜ୍: ବାଙ୍କୀ ଉପଜିଲ୍ଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି। ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ। ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ।ଉପଜିଲ୍ଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା। ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରକୁ ବିଦା କରାଯାଇଛି କହିଲେ ଉପଜିଲ୍ଲାପାଳ।
ଉପଜିଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ, ଡ୍ରାଇଭର ଜଣକ ହାତରେ ପାଇପ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଛନ୍ତି। ଉପଜିଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା ମିଳିଛି।ଅନ୍ୟପକ୍ଷରେ ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ବିଦା କରାଯାଇଛି ବୋଲି କହିଛନ୍ତି ଉପଜିଲାପାଳ।