ବାରାପୁର ମହାବୀର କୋଚିଙ୍ଗ ସେଣ୍ଟର ସଫଳତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରାପୁର ମହାବୀର କୋଚିଙ୍ଗ ସେଣ୍ଟର ସଫଳତା। ବାସୁଦେବପୁର ବ୍ଳକ ଅନ୍ତର୍ଗତ ବାରାପୁର ମହାବୀର କୋଚିଙ୍ଗ ସେଣ୍ଟର ୨୦୨୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।

ସୂଚନା ଅନୁଯାୟୀ ବାରାପୁର ମହାବୀର କୋଚିଙ୍ଗ ସେଣ୍ଟର ର ଛାତ୍ରୀ ଶୁଭ୍ରାମୟୀ ସାହୁ ୨୦୨୪ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୬୦୦ ନମ୍ବର ରୁ ୫୫୧ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲାବେଳେ ଅଂଶୁମାନ ପଣ୍ଡା ୬୦୦ ନମ୍ବର ରୁ ୫୪୩ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ କୋଚିଙ୍ଗ ସେଣ୍ଟର ନାମ କୁ ରୋଶଣ କରିଛନ୍ତି । ଏଣୁ ଉକ୍ତ ସଭାରେ ମହାବୀର କୋଚିଙ୍ଗ ସେଣ୍ଟର ମୁଖ୍ୟ ବିଶ୍ବଜିତ ସାହୁ ଙ୍କ ସମେତ ବିଭୁତି ଭୁଷଣ ବେହେରା, ଦିପ୍ତି ସଙ୍କର ଦାଶ, ଚକ୍ରଧର ଦାସ, ସୁଦର୍ଶନ ପାଣିଗ୍ରାହୀ, ଅଜିତ କୁମାର ସାହୁ, ସ୍ରାବଣୀ ବେହେରା, ହେମନ୍ତ କୁମାର ସାହୁ,ଶୁଭଲକ୍ଷ୍ମୀ ବେହେରା ଏବଂ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦାନ କରିବା ସହିତ କୃତିତ୍ବ ହାସଲ କରିଥିବା ସମସ୍ତ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ସହିତ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଏବଂ ସହଯୋଗ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି।

ଉକ୍ତ ସଭାରେ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପିଲାମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବା ସହିତ କଠିନ ପରିଶ୍ରମ କଲେ ଏବଂ ସମୟାନୁବର୍ତ୍ତିତା ହୋଇ ପାଠ ପଢିଲେ ଦିନେ ନା ଦିନେ ସଫଳତା ମିଳିବ ବୋଲି ଉପଦେଶ ଦେଇଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ରେ ୫ମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଯୋଗଦାନ କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

Leave A Reply

Your email address will not be published.