ଆଖି ବୁଜିଲେ ବରଗଡ଼ର ନାବାଳିକା

0

ଓଡ଼ିଆ ନ୍ୟୁଜ୍:ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା । ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ନାବାଳିକା । ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜିଙ୍କ ସୂଚନା । ଡାକ୍ତର ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସ୍‌ପି । ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ବରଗଡ଼ରୁ ସଙ୍କଟାପନ୍ନ ଅବସ୍ଥାରେ ବୁର୍ଲା ଅଣାଯାଇଥିଲା । ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ।

ଆଜି ସକାଳୁ ଗାଇସିଲଟ ଥାନା ଫିରିଙ୍ଗିମାଳ ଗାଁରେ ୧୩ ବର୍ଷର ନାବାଳିକାଙ୍କୁ କିଏ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା । ନିଜ ଘର ପଛପଟ ପଡ଼ିଆରେ ନାବାଳିକା ଜଣଙ୍କ ଜଳୁଥିବାର ଦେଖିବାକୁ ପାଇଥିଲେ ପାଖ ପଡୋଶୀ । ନିଆଁ ଲିଭାଇବା ସହ ନାବାଳିକା କେମିତି ପୋଡ଼ି ହେଲେ ବୋଲି ପଚାରିଥିଲେ । ଆଉ ଜଳି ଯାଇଥିବା ନାବାଳିକା କହିଥିଲେ ତାଙ୍କ ସହ କଣ ହୋଇଛି ।

Leave A Reply

Your email address will not be published.