ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ଘଟିଛି ଭୟାଭୟ ଅଗ୍ନିକାଣ୍ଡ । ମେଡ଼ିକାଲ୍ର ତୃତୀୟ ମହଲାରୁ ନିଆଁ ଲାଗିଥିଲା। ମାତ୍ର ଏଥିରେ କେହି ମୃତାହାତ ହୋଇନଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ଆଜି ଅପରାହ୍ନରେ ୭ ମହଲା ବିଶିଷ୍ଟ ପ୍ରସୂତି ବିଭାଗର ତୃତୀୟ ମହଲାରେ ନିଆଁ ଲାଗି ଯାଇଥିଲା। ସେତେବେଳେ ଆଇସିୟୁରେ ନବଜାତ ଓ ୱାର୍ଡରେ ପ୍ରସୂତିମାନେ ଥିଲେ। ଶିଲିଂରୁ ଧୂଆଁ ବାହାରୁଥିବା ଦେଖି ରୋଗୀ ଓ ତାଙ୍କ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଥିଲେ। ଜୀବନ ବିକଳରେ ତଳକୁ ପଳାଇ ଆସିଥିଲେ। ଯିଏ ଯେମିତି ପାରିଲା ତଳକୁ ଆସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ମେଡ଼ିକାଲ୍ ଷ୍ଟାଫ୍ ନିଆଁ ଲଭାଇବାରେ ଲାଗି ପଡ଼ିଥିଲେ।
ବହୁ ପରିଶ୍ରମ ପରେ ସୁଦ୍ଧା ନିଆଁକୁ ଅୟତ୍ତ କରାଯାଇଛି। ହେଲେ ମେଡ଼ିକାଲ୍ ପରିସର ଧୂଆଁ ମୁକ୍ତ ହୋଇପାରି ନାହିଁ। ଯେଉଁଆଡ଼େ ଚାହିଁବେ, ସେହି ଆଡେ ଖାଲି ଧୂଆଁ ଆଉ ଧୂଆଁ। ଯେଉଁଥିପାଇଁ ଉଦ୍ଧାର କାର୍ଯ୍ୟରେ ପ୍ରଭାବିତ ହେଉଛି। ନିଆଁ ଲାଗିଥିବାରୁ ସେହି ବିଲ୍ଡିଂରୁ ବିଦ୍ୟୁତ କନେକ୍ସନ୍ କାଟି ଦିଆଯାଇଛି।