ଓଡ଼ିଆ ନ୍ୟୁଜ୍: ବସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। କରଞ୍ଜିଆ ଥାନା ବଣସାହିରେ ଅଭାବନୀୟ ଘଟଣା। ମୃତ ଛାତ୍ରୀ ଜଣଙ୍କ ଗତକାଲି ସଂଧ୍ୟାରୁ ନିଖୋଜ ଥିଲେ।
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। କରଞ୍ଜିଆ ଏନଏସି ୱାର୍ଡ ନ ୧୫ ବଣସାହି ନିକଟରେ ଅଖା ଭିତରୁ ମିଳିଲା ନିଖୋଜ ନାବାଳିକାଙ୍କ ମୃତଦେହ । ନିଖୋଜ ହୋଇଥିବା ନେଇ ଗତକାଲି ବିଳମ୍ବିତ ରାତିରେ ଥାନାରେ ଏତଲା କରିଥିଲେ ପରିବାର ଲୋକେ। ଆଜି ସକାଳୁ ଘର ଠାରୁ ୨୦୦ମିଟର ଦୂରରେ ଏକ ଅଖା ଭିତରୁ ମିଳିଲା ମୃତଦେହ। ମୃତ ଛାତ୍ରୀ ଜଣକ କରଞ୍ଜିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୮ମ ଶ୍ରେଣୀରେ ପଢ଼ୁଥିବା ନେଇ ସୂଚନା ମିଳିଛି। ଏନେଇ କରଞ୍ଜିଆ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହେଇଛି।