ନାଟୋ’କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍।ଆମ ବ୍ୟତୀତ ସାମରିକ ମେଣ୍ଟ ‘ନାଟୋ’ କାଗଜ ବାଘ। ଆମେରିକା ନେତୃତ୍ୱାଧୀନ ଯୁଦ୍ଧରେ ସାମିଲ୍ ନହେବାରୁ ବର୍ଷିଲେ ଟ୍ରମ୍ପ୍।ବର୍ଦ୍ଧିତ ତୈଳ ଦରକୁ ନେଇ ‘ନାଟୋ’ସଦସ୍ୟଙ୍କ ଆରୋପକୁ ସମାଲୋଚନା।ହର୍ମୁଜ ପ୍ରଣାଳୀକୁ ମୁକ୍ତ କରିବା ପାଇଁ କାହିଁକି ପ୍ରୟାସ କରୁନ ପଚାରିଲେ।
ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ସହଯୋଗୀ ଦେଶ ଇରାନର ପରମାଣୁ ବିପଦକୁ ରୋକିବା ଲଢେଇରେ ସାମିଲ ହେବାକୁ ଚାହୁଁ ନାହାନ୍ତି।ତେବେ ଆମେରିକା ଓ ଇସ୍ରାଏଲ ମିଳିତ ଏହି ଯୁଦ୍ଧକୁ ଜିତିସାରିଲେଣି ଓ ତାହା ବି ବହୁତ କମ୍ ସମୟରେ। ଷ୍ଟ୍ରେଟ୍ ଅଫ ହୋର୍ମୁଜ ଖୋଲିବା ଏକ ସହଜ କାମ, ହେଲେ ବି ସେମାନେ ସହଯୋଗ କରୁ ନାହାନ୍ତି। ଟ୍ରମ୍ପ କହିଛନ୍ତି ତୈଳ ମୂଲ୍ୟବୃଦ୍ଧି ପାଇଁ ଚିତ୍କାର କରୁଥିବା
ଏହି ଦେଶମାନେ ଏବେବି ସହାୟତା ପାଇଁ ମୁହଁ ମୋଡୁଛନ୍ତି, ଏଣୁ ସେମାନେ ଭୟାଳୁ ଓ ଏଥି ପାଇଁ ଆମେରିକା ସେମାନଙ୍କୁ ମନେ ରଖିବ। ଏହି ବିବାଦ ସେତେବେଳେ ଉପୁଜିଛି ଯେତେବେଳେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ବିରୋଧରେ ଇରାନ ଷ୍ଟ୍ରେଟ୍ ଅଫ ହୋର୍ମୁଜକୁ ବ୍ଲକ୍ କରିଦେଇଛି।ଏହି ସାମୁଦ୍ରିକ ମାର୍ଗ ବୈଶ୍ୱିକ ତୈଳ ବେପାରର ଏକ ଗୁରୁତ୍ୱପୂର୍ଣ୍ଣ ଚୋକ ପଏଣ୍ଟ। ସାଧାରଣ ସମୟରେ ଏହି ମାର୍ଗ ଦେଇ ବିଶ୍ୱର ଏକ ପଞ୍ଚମାଂଶ ଅଶୋଧିତ ତୈଳ ଓ ଏଲପିଜି ଗ୍ୟାସ ପରିବହନ ହୋଇଥାଏ।