ଭିଜିଲାନ୍ସ ଜାଲରେ ବାସୁଦେବପୁର JE ଅଶୋକ ଦାସ

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ବାସୁଦେବପୁର JE ଅଶୋକ ଦାସ।୧୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ।ନିୟୁଇଣ୍ଡିଆ ସାହି ସ୍ଥିତ ଭଡ଼ା ଘରେ ଠିକାଦାରଙ୍କଠୁ ଲାଞ୍ଚ ନେଲାବେଳେ ଧରାପଡ଼ିଛି। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍‌ ମାଡ଼ିବସିଛ।

ଭିଜିଲାନ୍ସ ଟିମ, ସୂଚନା ମୁତାବକ ଏଡତାଳ ପଞ୍ଚାୟତର ଏକ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ହୋଇ ଥିଲା। ଏହି କାର୍ଯ୍ୟର ବିଲ କରାଇଦେବା ପାଇ ଯନ୍ତ୍ରୀଙ୍କୁ ବାରମ୍ବାର କହିବା ସତ୍ୱେ ବିଲ କରୁ ନ ଥିଲେ, ଶନିବାର ଏହି ବିଲ୍‌ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କଠାରୁ ୧୦, ୦୦୦ ଟଙ୍କା ଲାଞ୍ଚ ନେଉ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଭିଜିଲାନସ ଟିମ୍‌ ଗିରଫ କରିଛି।

 

Leave A Reply

Your email address will not be published.