ଓଡ଼ିଆ ନ୍ୟୁଜ୍: ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ଗିରଫ।ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଗିରଫ।ଜ୍ୟୋତିଙ୍କ ‘ଟ୍ରାଭେଲ ୱିଥ୍ ଜୋ’ ନାଁରେ ୟୁଟ୍ୟୁବ୍ ଚ୍ୟାନେଲ ଅଛି।ISI ସହ ଜ୍ୟୋତି ଯୋଗାଯୋଗରେ ଥିବା ଅଭିଯୋଗ।ଜ୍ୟୋତିଙ୍କ ସମେତ ୬ ଜଣଙ୍କୁ ଗିରଫ କଲା ପୋଲିସ।
ପୋଲିସ ସୂଚନା ଦେଇ କହିଛି, ୨୦୨୩ ମସିହାରେ ଜ୍ୟୋତି ତାଙ୍କ ଟ୍ରାଭେଲ ଚ୍ୟାନେଲ ’ଟ୍ରାଭେଲ ୱିଥ ଜୋ’ର ସୁଟିଂ ପାଇଁ ପାକିସ୍ତାନ ଯାଇଥିଲେ। ଏହି ସମୟରେ ସେ ପାକିସ୍ତାନ ହାଇକମିଶନକୁ ମଧ୍ୟ ଯାଇଥିଲେ। ଯେଉଁଠାରେ ସେ ପାକିସ୍ତାନର ଅନେକ ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଭେଟିଥିଲେ।