ଗରମପାଣିରେ ଗାଧୋଇବା କ୍ଷତିକାରକ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଶୀତଋତୁ ଆସିବା ମାତ୍ରକେ ଲୋକେ ଥଣ୍ଡା ପାଣି ପ୍ରତି ଭୟ ଦେଖାଇଥାଆନ୍ତି ଏବଂ ଗରମ ପାଣି ସହ ବନ୍ଧୁତା କରିନିଅନ୍ତି l କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଗରମପାଣିରେ ଗାଧୋଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇଥାଏl ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ଶୀତଋତୁରେ ଥଣ୍ଡା ପାଣିରେ ଗାଧୋଇବା କେତେ ହିତକର l ଯେଉଁଠି ଲୋକେ ଗରମ ଦିନରେ ଦିନକୁ ୩ରୁ ୪ ଥର ଗାଧୋଇଥାଆନ୍ତି ସେଠାରେ ଶୀତଋତୁରେ ଦିନକୁ ଥରେ ମଧ୍ୟ ଗାଧୋଇବାକୁ ଚିନ୍ତା କରିଥାଆନ୍ତି l କିନ୍ତୁ ଗବେଷଣା କହୁଛି ଶୀତଋତୁରେ ଗରମପାଣିରେ ଗାଧୋଇବା ଉଚିତ ନୁହେଁ l

ତେବେ କାହିଁକି ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ? ଆସନ୍ତୁ ଜାଣିବା …
ଅନେକ ଲୋକଙ୍କ ମତରେ ଧାରଣା ରହିଛି ଯେ ଶୀତଋତୁରେ ଥଣ୍ଡା ପାଣିରେ ଗାଧୋଇବା ହାନିକାରକ ହୋଇଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ଥଣ୍ଡା ପାଣିରେ ଗାଧୋଇବା ଗୋଟିଏ ସାମାନ୍ୟ କଥା l ଏହାଦ୍ୱାରା ମାଂସପେଶୀ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦୂର ହୋଇଥାଏ l ବ୍ଲଡ଼ ଶେର୍କୁଲେସନ ବୃଦ୍ଧି ହୋଇଥାଏ ଓ ରୋଗ ପ୍ରତିରୋଧଙ୍କ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ l

ଯଦି ଆପଣ ଶୀତଋତୁରେ ନିୟମିତ ଥଣ୍ଡା ପାଣିରେ ଗାଧୋଇବେ ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆପଣଙ୍କ ଇମ୍ୟୁନିଟି ବୃଦ୍ଧି ହୋଇଥାଏ ଯଦି ଆପଣ ଥଣ୍ଡା ପାଣିରେ ଗାଧୋଇବେ ଆପଣଙ୍କ ଶରୀରରେ ଶ୍ୱେତ ରକ୍ତ କୋଷିକା ବୃଦ୍ଧି ହୋଇଥାଏ ଓ ମେଟାବୋଲିଯିମ ସ୍ତର ମଧ୍ୟ ବୃଦ୍ଧି ହୋଇଥାଏ l

Leave A Reply

Your email address will not be published.