ନଦୀରେ ଗାଧୋଇବା ପଡ଼ିଲା ମହଙ୍ଗା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ନଦୀରେ ଗାଧୋଇବା ପଡ଼ିଲା ମହଙ୍ଗା । କେବେ କେବେ ନଦୀରେ ଅସାବଧାନତା ହେତୁ ଲୋକେ ଅସୁବିଧା ସମ୍ମୁଖୀନ ହୁଅନ୍ତି । କିନ୍ତୁ ଏଥର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ୨ ଶିଶୁ । ଏଭଳି ଅଘଟଣ ଘଟିଛି ବାବୁରାମପଟନା ଗୋବରୀ ନଦୀରେ ।

୨ଜଣ ପିଲା ଗୋବରୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ, ଡୁଙ୍ଗୁ ନାମକ ଝିଅ ନଦୀରେ ବୁଡିଯାଇଥିଲେ।ପାପାଲି ତାଙ୍କୁ କଣି ପକାଇ ଉଦ୍ଧାର କରିବା ସମୟରେ କୁଆଡେ ନିଖୋଜ ହୋଇଯାଇଛନ୍ତି। ଅପରପକ୍ଷରେ ନାବାଳିକା ଝିଅଟି କିଛି ବାଟ ଭାସି ଆସିବା ପରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ପାପାଲିର କୈଣସି ପତ୍ତା ମିଳୁନାହିଁ।

ଗୋଟିଏ ପଟେ ପରିବାର ଲୋକେ ବାରିଘର ଖୋଜୁଥିବା ସମୟରେ ଆର ପଟେ ଗାଁ ଲୋକ ଓ ଅଗ୍ନିଶମବାହିନୀ ନଦୀରେ ଖୋଜୁଛନ୍ତି।କାଳେ ନଦୀରେ ନିଖୋଜ ହୋଇଛନ୍ତି କି କୈଣସି କାରଣରୁ ଘରେ ଗାଳି କରିବେ ସେକୁ ନେଇ ଲୁଚି ଯାଇଥିବେ ସେ ନେଇ ମଧ୍ୟ ଖୋଜାଖୋଜି କରୁଛନ୍ତି ପରିବାର ଲୋକେ । ଅନ୍ୟପଟେ ଅଗ୍ନିଶମବାହିନୀ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.