ରେସ୍କ୍ଯୁ ଅପରେସନ ବିଳମ୍ବ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ରେସ୍କ୍ଯୁ ଅପରେସନ ବିଳମ୍ବ । ୬ ଦିନ ଧରି ଟନେଲ ଭିତରେ ଜୀବନ ସହ ସଂଘର୍ଷ କରୁଛନ୍ତି ୪୦ ଶ୍ରମିକ । ଶ୍ରମିକଙ୍କ ସ୍ବାସ୍ଥ୍ଯାବସ୍ଥା ନେଇ ବଢିଛି ସଂଶୟ । ସେପଟେ ଥାଇଲାଣ୍ଡ ଓ ନରଓ୍ବେର ଏକ୍ସପର୍ଟ ଟିମ ସହ ଉଦ୍ଧାର ପ୍ରକ୍ରିୟା ନେଇ ହୋଇଛି ଆଲୋଚନା । ‘ଆମେରିକୀୟ ଓଗାର’ ମେସିନ୍ ସାହାର୍ଯ୍ୟରେ ଶୁରଙ୍ଗ କରି ପାଇପ୍ ବିଛାଯାଉଛି ।

ଏହି ମେସିନ୍ ସାହାଯ୍ୟରେ ଆବର୍ଜନା ହଟାଯିବା ପରେ ପ୍ରାୟ ୭୦ ମିଟର ପାଇପ୍ ପକାଯିବ । ଏହାପରେ ଶ୍ରମିକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବ । ହେଲେ ୨୫ ମିଟର ଗଭୀରତା ପର୍ଯ୍ୟନ୍ତ ଡ୍ରିଲିଂ ବେଳେ ମେସିନରେ ଏକ ଧାତୁ ମାଡ଼ ହୋଇଥିଲା । ଏହାକୁ କଟରରେ କଟାଯାଇ ପୁନଃ ଡ୍ରିଲିଂ କରାଯିବ । ଉଦ୍ଧାରକାରୀ ଦଳ ଶ୍ରମିକମାନଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ପାଇପ୍ ଯୋଗେ ପଠାଯାଉଛି ଅକ୍ସିଜେନ, ଖାଦ୍ୟ ଓ ଔଷଧ । ଫସିଥିବା ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ୫ ଜଣ ଓଡ଼ିଆ ଶ୍ରମିକ ।

ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ଦେଇଛନ୍ତି ଶ୍ରମ ଆୟୁକ୍ତ ଏନ୍ ତିରୁମାଲା ନାୟକ। ସେଠାରେ ମୁତୟନ ଅଛନ୍ତି ଓଡ଼ିଶାର ୨ ଲେବର ଅଫିସର। ଫସିଥିବା ଶ୍ରମିକଙ୍କ ପରିବାର ସହ ସମ୍ପର୍କ କରାଯାଇଛି। ଉଦ୍ଧାର ହେବା ମାତ୍ରେ ଓଡ଼ିଶା ଅଣାଯିବା ନେଇ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଶ୍ରମ ଆୟୁକ୍ତ ।

Leave A Reply

Your email address will not be published.