ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ” ଶଙ୍ଖ ଭବନ” କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ସେବା ଉଦ୍ଦେଶ୍ୟରେ ସମର୍ପିତ କରିଥିବାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ଛାତ୍ର ଜନତାଦଳ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣେଇବା ସହିତ ଏହିଭଳି ଉତ୍ସର୍ଗିତ ସେବା ମନୋଭାବ ପାଇଁ କୃତଜ୍ଞତା ଜଣାଇଛନ୍ତି। ତତ୍ ସହିତ ଛତିଶଗଡ ଦନ୍ତେୱାଡା ଠାରେ ସହିଦ୍ ହୋଇଥିବା ୧୧ଜଣ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବାଣୀବିହାର ଗାନ୍ଧୀ ପାର୍କ ନିକଟରୁ ମୂଖ୍ୟ ଫାଟକ ପର୍ଯ୍ୟନ୍ତ ମହମବତୀ ଶୋଭାଯାତ୍ରା କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଏହିଭଳି ଦୁଃଖଦ ସମୟରେ ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ସହାୟ ହେବା ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବିଜୁ ଛାତ୍ରଜନତା ରାଜ୍ୟ ସାଧାରଣ ସମ୍ପାଦକ ଦେବେଶ ଦାସ, ଅସିତ୍ ଦାସ, ଅଶୋକ ନାୟକ, ସହ ସଂପାଦକ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ, ଯୁବ ବିଜେଡ଼ି ନେତା ଅମିତ୍ ଜେନା, ପ୍ରକାଶ, ରମାକାନ୍ତ, ସବ୍ୟସାଚି ଓ ଶତାଧିକ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ।