କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଯୋଗୀ କହିଲେ ଏପରି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ।  ଏହିପାଇଁ କମ୍ପିଲାଣି ପ୍ରଚାର। ଏହାକୁ ଦୃଷ୍ଚିରେ ରଖି ଭାରତୀୟ ଜନତା ପାର୍ଟି ସରକାର ହାତେଇବାକୁ ସମସ୍ତ ଉଦ୍ୟମ କରୁଛି। ଦଳର ବଡ଼ ବଡ଼ ନେତା ରାଜ୍ୟରେ ଡେରା ପକାଇ ପ୍ରଚାର କରୁଛନ୍ତି । ଚଳିତ ନିର୍ବାଚନ ବିଜେପି ପାଇଁ କଷ୍ଟସାଧ୍ୟ ହେବା ପରି ମନେ ହେଉଥିବା ବେଳେ ଦଳ ନିଜର ଭୋଟ ବ୍ୟାଙ୍କ ବଢାଇବା ପାଇଁ ଷ୍ଟାର ପ୍ରଚାରକଙ୍କୁ ଆଣି ପ୍ରଚାର କରୁଛି ।ଏହି ସମୟରେ ବିଜେପିର ଷ୍ଟାର ପ୍ରଚାରକମାନଙ୍କ ମଧ୍ୟରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀଙ୍କ ପରେ ବୁଧବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଣ୍ଡୟା ପହଞ୍ଚିଛନ୍ତି ।

ଏଠାରେ ସେ ରୋଡ୍ ସୋରେ ଅଂଶଗ୍ରହଣ କରିଥିଲେ । ପ୍ରବଳ ଗରମ ସତ୍ତ୍ୱେ ଯୋଗୀଙ୍କ ରୋଡ୍ ସୋରେ ହଜାର ହଜାର ବିଜେପି ସମର୍ଥକ ଏକାଠି ହୋଇଥିଲେ ।ବିଧାନସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକର ମାଣ୍ଡୟା ଜିଲ୍ଲାରେ ଏକ ରୋଡ୍ ସୋ କରିଥିଲେ । ଏହା ପରେ ସେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଥିଲେ ଯେ ଧର୍ମ ଆଧାରରେ ସଂରକ୍ଷଣ ଦେବା ଅସାମ୍ବିଧାନିକ ଅଟେ ।

ମୁସଲମାନମାନଙ୍କ ପାଇଁ ଚାରି ପ୍ରତିଶତ ସଂରକ୍ଷଣ ବନ୍ଦ କରିବାକୁ କର୍ଣ୍ଣାଟକର ବୋମ୍ମାଇ ସରକାରଙ୍କ ନିଷ୍ପତ୍ତିକୁ ସିଏମ୍ ଯୋଗୀ ଠିକ୍ କହିଛନ୍ତି ।ଏପରିକି ପାରମ୍ପରିକ ବିରୋଧୀ କଂଗ୍ରେସକୁ ଟାର୍ଗେଟ୍ କରି ୟୁପି ସିଏମ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ କୌଣସି ପ୍ରକଳ୍ପ ଶେଷ ହୋଇନାହିଁ । ଯୋଗୀଙ୍କ ଏହି ପ୍ରତିକ୍ରିୟାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.