ମାଓବାଦୀଙ୍କ ବର୍ବର କାଣ୍ଡକୁ ଦୃଢ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ଛତିଶଗଡର ଦନ୍ତେଓ୍ବାଡା ଜିଲ୍ଲାରେ ମାଓବାଦୀଙ୍କ ବର୍ବର କାଣ୍ଡ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବାବେଳେ ପ୍ରଧାନମନ୍ତ୍ରୀ ଏହାକୁ କଡ ନିନ୍ଦା କରିଛନ୍ତି । ଅରନପୁରରୁ ମାଓ ସର୍ଚ୍ଚ ଅପରେସନ ସାରି ଫେରୁଥିବା ବେଳେ ଆଇଇଡି ବିସ୍ଫୋରଣରେ ଜିଲ୍ଲା ରିଜର୍ଭ ଗାର୍ଡ  ଟିମ୍‌ର ୧୧ ଜଣ ଯବାନ ସହିଦ ହୋଇଛନ୍ତି ।

ମାଓବାଦୀଙ୍କ ବର୍ବର କାଣ୍ଡକୁ ଦୃଢ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ‘ଦନ୍ତେଓ୍ବାଡାରେ ଛତିଶଗଡର ଜିଲ୍ଲା ରିଜର୍ଭ ଗାର୍ଡ ଟିମ୍‌ ଉପରେ ମାଓ ଆକ୍ରମଣକୁ ଦୃଢ ନିନ୍ଦା କରୁଛି । ଆକ୍ରମଣରେ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ । ସେମାନଙ୍କ ବଳିଦାନ ସର୍ବଦା ମନେ ରହିବ । ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ମୋର ସମବେଦନା ଜଣାଉଛି’।ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍‌ କରି କହିଛନ୍ତି, ଛତିଶଗଡର ଜିଲ୍ଲା ରିଜର୍ଭ ଗାର୍ଡ ଯବାନଙ୍କ ଉପରେ ଭୀରୁଙ୍କ ଭଳି ଆକ୍ରମଣ ଅତ୍ୟନ୍ତ ଦୁଃଖ ଦେଇଛି।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ସହିତ ଫୋନ ଯୋଗେ କଥା ହୋଇଛି । ଆକ୍ରମଣ ଘଟଣାରେ ତୁରନ୍ତ ଗୃହ ବିଭାଗକୁ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି । ଏହା ସହିତ ଛତିଶଗଡ ସରକାରଙ୍କୁ ଯାହା ସହଯୋଗ ଆବଶ୍ୟକ ସବୁ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି । ଆକ୍ରମଣରେ ସହିଦ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ସହିଦଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛି’ବୋଲି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.