ଛଟି ଦିନରେ ରାସ୍ତାଘାଟ ସଫା କଲେ ବିଡିଓ, ସହଯୋଗ କଲେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ନିଜେ ହାତରେ ଝାଡ଼ୁ ଧରି ଅଳିଆ ଆବର୍ଜନା ସଫେଇ କରି ଅଞ୍ଚଳର ଲୋକଙ୍କୁ  ସ୍ବଚ୍ଛତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରୟାସ କରିଛନ୍ତି ଦାରିଙ୍ଗବାଡ଼ି ବିଡ଼ିଓ ଗଦାଧର ପାତ୍ର ।ଅଫିସ ଛୁଟି ଥିବାରୁ ସକାଳୁ ସକାଳୁ ବିଡ଼ିଓ ଗଦାଧର ପାତ୍ର। ସିମନବାଡ଼ି ଠାରେ ପହଁଚି ସେଠିକାର କିଛି ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ଓ ସ୍ଥାନୀୟ କିଛି ଲୋକଙ୍କୁ ସାଥିରେ ନେଇ ସିମନବାଡ଼ି ବଜାର ଠାରୁ ଆରମ୍ଭ କରି ଶିବ ମନ୍ଦିର ରୋଡ଼ ,ସାହୁ ନଗର ଓ ଜଗନ୍ନାଥ ମନ୍ଦିର ରୋଡ଼ରେ ପଡ଼ିଥିବା ବିଭିନ୍ନ ପ୍ରକାର ର ଅଳିଆ ଆବର୍ଜନା ସଫା କରିଥିଲେ ।

ସୂଚନ ପ୍ରକାରେ ଆଗାମୀ ଦିନରେ ସିମନ ବାଡ଼ି ଠାରେ ପଞ୍ଚୁ ଦଣ୍ଡ ଅନୁଷ୍ଠିତ ହେଉଥିବା ହେତୁ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଯୋଗ ଦେବା ନେଇ ସେମାନଙ୍କ  ସ୍ବାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଥିବା କହିଛନ୍ତି ବିଡ଼ିଓ ଏବଂ ଆଗାମୀ ଦିନରେ ବ୍ଲକ ର ପ୍ରତ୍ୟେକ ପଞ୍ଚାୟତରେ ମଧ୍ୟ ସଫେଇ କାର୍ଯ୍ଯ କରିବା ନେଇ ମଧ୍ୟ ସୂଚନ ଦେଇଛନ୍ତି । ବିଡ଼ିଓଙ୍କ ଏହିଭଳି ଲୋକଙ୍କ ସ୍ବାସ୍ଥ୍ୟ ଓ ସାମାଜିକ ସୁରକ୍ଷା ଉପରେ ଦୃଷ୍ଟି ଦେଉଥିବା ଦେଖି ଅଞ୍ଚଳର ଲୋକମାନେ ବିଡ଼ିଓ ଗଦାଧର ପାତ୍ରଙ୍କୁ ଧନ୍ଯବାଦ ସହ ସାଧୁବାଦ ଜଣାଇଛନ୍ତି ।

 

Leave A Reply

Your email address will not be published.