ସାବଧାନ୍ ! ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନକଲି ଦସ୍ତଖିତ ସମ୍ବଳିତ ଏକ ସ୍ଥାୟୀ ନିଯୁକ୍ତି ଚିଠି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏଥିରେ ଓଡ଼ିଶା ମେଡିକାଲ ସେବା କମିସନ(ଓଏମ୍‌ଏସ୍‌ସି) ପକ୍ଷରୁ ବିଭାଗରେ ଗ୍ରୁପ୍ ସି ଓ ଡିରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଥିବା କୁହାଯାଇଛି। ମାତ୍ର ଏହା ନକଲି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ୍‌ ଜରିଆରେ ସୂଚନା ଦିଆଯାଇଛି। ନକଲି ଚିଠିରେ ୫ଜଣଙ୍କ ନାଁ ଉଲ୍ଲେଖ ରହିଛି। ଏଥିରେ କ୍ୟାପିଟାଲ ହସ୍ପିଟାଲର ୪ଜଣ କନିଷ୍ଠ କ୍ଲକ୍ ତଥା ଆକାଉଣ୍ଟାଣ୍ଟ ଥିବା ବେଳେ ଅନୁଗୁଳ ଜିଲ୍ଲାର ‌ଜଣେ ବ୍ୟକ୍ତି ରହିଛନ୍ତି।

ଚଳିତମାସ ୨୦ ତାରିଖରେ ଏଭଳି ଚିଠି ଜାରି ହୋଇଛି। ଏହି କର୍ମଚାରୀମାନଙ୍କୁ କର୍ମଚାରୀ ତାଲିକାରେ ସାମିଲ କରି ବିଭାଗୀୟ ପୋର୍ଟାଲରେ ଯୋଡ଼ିବା ଓ ପ୍ରକାଶିତ କରିବାକୁ କୁହାଯାଇଛି। ମାତ୍ର ରାଜ୍ୟରେ ଓଏମ୍‌ଏସ୍‌ସି ଭଳି କୌଣସି ସଂସ୍ଥା ନାହିଁ। ତେଣୁ ଏଭଳି ଏକ ନକଲି ସଂସ୍ଥା ନାଁରେ କିଏ ଏଭଳି ଚିଠି ଜାରି ବିଭ୍ରାନ୍ତ କରୁଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.