ସାବଧାନ୍! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ
ପାରାଦୀପ(ଓଡ଼ିଆ ନ୍ୟୁଜ୍): ସାବଧାନ୍! ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ । ଏଭଳି ଆତଙ୍କ ଦେଖାଦେଇଛି ଜଗତସିଂହପୁର ଜିଲ୍ଲାରେ । ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୧୨ ଜଣ ଆହତ ହୋଇସାରିଲେଣି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି। ଗୁରତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଗାଈ ଓ ବାଛୁରୀ ଆଦି ଗୃହପାଳିତ ପଶୁଙ୍କୁ ମାଙ୍କଡ଼ ପଲ କାମୁଡି କ୍ଷତାକ୍ତ କରିସାରିଲେଣି। ତେବେ ଘଟଣାସ୍ଥଳରେ ବନକର୍ମଚାରୀ ପହଞ୍ଚି କଦଳୀରେ ନିଶା ବଟିକା ଦେଇ ମାଙ୍କଡପଲଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି ।