ଦୁର୍ଗାପୂଜା ପୂର୍ବରୁ ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଟକର ବିଭିନ୍ନ ମିଠା ଦୋକାନରେ ଚଢାଉ, ଅପମିଶ୍ରିତ ଖାଦ୍ୟ କରାଗଲା ନଷ୍ଟ
ଓଡିଆ ନ୍ୟୁଜ୍(ବ୍ୟୁରୋ): କଟକରେ ଦୁର୍ଗାପୂଜା ପୂର୍ବରୁ ଆଜି ସିଏମସି ସ୍ୱାସ୍ଥ୍ୟ ବିଭାଗ ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ମିଠା ଦୋକାନ ଓ ହୋଟେଲ ଉପରେ ଚଢାଉ କରାଯାଉଛି। ସହରର କଲ୍ଯାଣ ନଗର, ଲିଙ୍କ ରୋଡ,ବାଦାମବାଡି ଓ ଦୋଳମୁଣ୍ଡାଇ ଇତ୍ୟାଦି ଅଂଚଳରେ ଏହି ଚଢାଉ ଜାରି ରହିଛି ।ରେଡ଼ କଲା ବେଳେ ଯେଉଁଠି ଖରାପ ଖାଦ୍ୟ, ଅପ ମିଶ୍ରୀତ ଖାଦ୍ୟ ଦେଖିଆଯାଇଛି ସମସ୍ତ ଖାଦ୍ୟକୁ ନଷ୍ଟ କରିଛି ସିଏମସିର ସ୍ବାସ୍ଥ୍ୟ ବିଭାଗ।ଲିଙ୍କ ରୋଡ଼ରେ ଥିବା ଏକ ନାମୀ ଦାମୀ ମିଠା ଦୋକାନ ଓ ଆଉ ଗୋଟେ ସେଠାରେ ଥିବା ହୋଟେଲକୁ ମଧ୍ୟ ସିଲ କରିଛି ସିଏମସିର ସ୍ବାସ୍ଥ୍ୟ ବିଭାଗ ଓ ଫାଇନ ମଧ୍ୟ ପକାଇଛି।