ବିଜେପିରେ ପ୍ରଫୁଲ୍ଲ ସାମଲଙ୍କ ୨ପୁଅ ଭଉଣୀ

0

ଓଡ଼ିଆ ନ୍ୟୁଜ୍: ବିଜେଡିକୁ ଶକ୍ତ ଝଟ୍‌କା; ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨ ପୁଅ,ଭଉଣୀ। ପ୍ରୟାସକାନ୍ତି ସାମଲ, ପ୍ରଣିତକାନ୍ତି ସାମଲ ବିଜେପିରେ ମିଶିଲେ।ପ୍ରଫୁଲ୍ଲଙ୍କ ଭଉଣୀ ଉର୍ମିଳା ନାୟକ ମଧ୍ୟ ବିଜେପିରେ ମିଶିଲେ।୩୦ ସରପଞ୍ଚ ଓ ୩୫ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଲେ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ। ଦେଢ଼ ବର୍ଷ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜେଡି ଯେଉଁ ସ୍ଥିତିରେ ଥିଲା, ଏବେ ଆଉ ତାହା ହୋଇ ରହିନାହିଁ। ୭ଟି ବ୍ଲକ୍‌କୁ ନେଇ ଗଠିତ ଭଦ୍ରକ ଜିଲ୍ଲାର ୪ଟି ବ୍ଲକର ଟାଣୁଆ ନେତା ଏବେ ବିଜେପି ଶିବିରରେ ସାମିଲ ହୋଇସାରିଛନ୍ତି। ସ୍ଥାନୀୟ ନେତାମାନେ ବିଜେପିରେ ସାମିଲ ହେବା ଦ୍ବାରା ବିଜେଡି କ୍ରମାଗତ ଭାବେ ଦୁର୍ବଳ ହୋଇଯାଉଥିବା ଚର୍ଚ୍ଚା ଚାଲିଛି। ଅନେକ କହୁଛନ୍ତି ଭଦ୍ରକରେ ‘ଶଙ୍ଖ’ ଭାଙ୍ଗିଯିବ। ତେବେ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି (ବିଜେପି)ର କାୟା ବିସ୍ତାର ହେଉଛି। ଏଠାରେ ପଦ୍ମ ସମୃଦ୍ଧ ହେବାରେ ଲାଗିଛି। ବ‌ିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପରାମର୍ଶ ଦଳୀୟ କର୍ମୀଙ୍କୁ ଅଟକାଇପାରି ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଭଦ୍ରକ ଜିଲ୍ଲାର ୪ ଜଣ ବିଜେଡି ନେତା ଆଜି ବିଜେପିରେ ସାମିଲ ହୋଇଛନ୍ତି। ଏଥିରେ ଦୁଇ ଜଣ ଅଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଭଦ୍ରକ ରାଜନୀତିରେ ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ପୁଅ। ଏତଦ୍‌ ବ୍ୟତୀତ ପ୍ରଫୁଲ୍ଲ ସାମଲଙ୍କ ଭଉଣୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ପ୍ରଫୁଲ୍ଲଙ୍କ ପୁଅ ତଥା ପୂର୍ବତନ ଭଦ୍ରକ ପୌରାଧ୍ୟକ୍ଷ ପ୍ରୟାସକାନ୍ତି ସାମଲ (ଲୁଲୁ), ତାଙ୍କର ସାନ ଭାଇ ତଥା ଭଣ୍ଡାରିପଖୋରୀ ବ୍ଲକ ଉପାଧ୍ୟକ୍ଷ ପ୍ରଣିତକାନ୍ତ ସାମଲ (ଜୁଲୁ), ଉଭୟଙ୍କର ପୀଉସୀ ତଥା ଭଦ୍ରକ ବ୍ଲକ ଅଧ୍ୟକ୍ଷ ଉର୍ମିଳା ନାୟକ ବିଜେପିରେ ଯୋଗଦେଇଛନ୍ତି।

Leave A Reply

Your email address will not be published.