ବାହାନଗା ଟ୍ରେନ୍ ଦୁର୍ଘଟଣା : ଡିଏନଏ ଟେଷ୍ଟ ପରେ ଚିହ୍ନଟ ହେଲା ୨୯ ମୃତଦେହ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଭୁବନେଶ୍ୱର ଏମ୍ସରେ ଚିହ୍ନଟ ହୋଇନପାରି ରହିଥିବା ୮୧ଟି ମୃତଦେହ ମଧ୍ୟରୁ ୨୯ଟି ମୃତଦେହକୁ ଚିହ୍ନଟ କରାଯାଇଛି । ଡିଏନଏ ଟେଷ୍ଟ ମାଧ୍ୟମରେ ଶବ ଗୁଡ଼ିକୁ ଚିହ୍ନଟ କରାଯାଇଛି । ସେହି ମୃତଦେହ ଗୁଡିକୁ ଆଜି ସେମାନଙ୍କ ନିକଟ ସମ୍ପର୍କୀୟକୁ ହସ୍ତାନ୍ତର କରାଯିବ । ମୃତବ୍ୟକ୍ତିଙ୍କ ଜନ୍ମସ୍ଥାନରେ ପହଞ୍ଚାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରୁଛନ୍ତି ।

ଚିହ୍ନଟ ହୋଇଥିବା ୨୯ଟି ମୃତଦେହ ମଧ୍ୟରୁ ଗୋଟିଏ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.