ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଦ୍ୱିତୀୟ ଦିନରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ସିବିଆଇ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣା ପଛର ସତ କ’ଣ, ସେନେଇ ସିବିଆଇ ଘଟଣାର ତଦନ୍ତ କରୁଛି। ଏହି ତଦନ୍ତର ଦ୍ୱିତୀୟ ଦିନରେ ବୁଧବାର ସିବିଆଇର ୧୦ ଜଣିଆ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚିିଛନ୍ତି। ଟେକ୍ନିକାଲ ଏବଂ ଫରୋନ୍‌ସିକ୍‌ ଟିମ୍‌ ତୃତୀୟ ଥର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଆଜି ଏହି ଟିମ୍‌ ଘଟଣାସ୍ଥଳରେ ପ୍ରାୟ ୪୫ ମିନିଟ୍‌ ରହିଥିଲେ। ତଦନ୍ତ ବେଳେ ରେଳ ଅଧିକାରୀଙ୍କ ମୋବାଇଲ ଜବତ ହୋଇଥିବା ସୂଚନା ରହିଛି। କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆର ତଥ୍ୟ ସଂଗ୍ରହ କରୁଛି ସିବିଆଇ। ଏବେ ଏହି ସବୁ ମୋବାଇଲ ଏବଂ ଡାଟାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି । ସେହପରି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଟ୍ରେନର ଲୋକପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି।

ଯାନ୍ତ୍ରିକ ତ୍ରୁଟି ନାଁ ମଣିଷକୃତ ହେରଫେର ଯୋଗୁଁ ଘଟିଲା ଅଘଟଣ ତାହାର ଖୋଳତାଡ଼ କରୁଛି ସିବିଆଇ ଟିମ୍ । ଦୁର୍ଘଟଣାରେ ଜଡ଼ିତ ପ୍ରତ୍ୟେକ ଲୋକଙ୍କ ସହ ଆଲୋଚନା କରି ତନ୍ଦନ୍ତ ଆଗକୁ ବଢାଇବାକୁ ଚିନ୍ତା କରୁଛି ସିବିଆଇ। ଅନ୍ୟପଟେ ଏହି ମାମଲାରେ ରେଲୱେ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି। ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି। ଦୁର୍ଘଟଣା ବେଳେ ଦାୟିତ୍ବରେ ଥିବା ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ କରିଛି। ସେହିପରି କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆରୁ ତଥ୍ୟ ସଂଗ୍ରହ କରୁଛି ସିବିଆଇ । ଏବେ ଏହି ସବୁ ମୋବାଇଲ ଏବଂ ଡାଟାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି ।

Leave A Reply

Your email address will not be published.