ଭାରତ ବନ୍ଦ ପ୍ରଭାବର ଅଭାବନୀୟ ଦୃଶ୍ୟ; ରୋଗୀଙ୍କୁ ଧରି ପଛକୁ ଫେରିଲା ଆମ୍ବୁଲାନ୍ସ

0

ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଥିବାବେଳେ ସାରା ରାଜ୍ୟରେ ବନ୍ଦ’ର ପ୍ରଭାବ ଦେଖିବାକୁ ମିଳିଛି। ତେବେ ଏହାରି ଭିତରେ ଆଜି ଭୁବନେଶ୍ଵରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ରାସ୍ତାରେ ବିକ୍ଷୋଭ ସମୟରେ ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ଛାଡ଼ି ନଥିଲେ। ଆମ୍ବୁଲାନ୍ସ ଭିତରେ ଗୁରୁତର ରୋଗୀ ଥିଲେ। ଶେଷରେ ରୋଗୀଙ୍କୁ ଧରି ଆମ୍ବୁଲାନ୍ସକୁ ଫେରିବାକୁ ପଡିଛି। ଆନ୍ଦୋଳନକାରୀଙ୍କ ଏଭଳି ମନୋଭାବକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

ସୂଚନା ଥାଉକି, ଟ୍ରେଡ ୟୁନିୟନ ପକ୍ଷରୁ କୁହାଯାଇଛି ଯେ,କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ୍‌ ୟୁନିୟନ୍‌ ଏହି ଡାକରା ଦେଇଛି। ଏହି ଆନ୍ଦୋଳନରେ ବ୍ୟାଙ୍କ ୟୁନିୟନ ସାମିଲ ହେବା ପାଇଁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ କୃଷକ ମାରଣ, ଜନ ବିରୋଧୀ ଓ ରାଷ୍ଟ୍ର ବିରୋଧୀ ନୀତି, ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଅହେତୁକ ଦରବୃଦ୍ଧି, ଇପିଏଫଧାରୀଙ୍କୁ ଜମା ଉପରେ ସୁଧହାର ହ୍ରାସ ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି।

Leave A Reply

Your email address will not be published.