ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀ-ଭୁବନେଶ୍ବର-ହାୱଡ଼ା ମଧ୍ୟରେ ଚଳାଚଳ କରିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆନୁଷ୍ଠାନିକ ଭାବେ ପୁରୀରୁ ଲୋକାର୍ପଣ କରିବା କାର୍ୟ୍ୟକ୍ରମ ରହିଛି। ଆସନ୍ତା ୧୮ରେ ଶୁଭାରମ୍ଭ ହୋଇପାରେ ବନ୍ଦେଭାରତ ଏକ୍ସପ୍ରେସ । ୧୫ ତାରିଖ ପରିବର୍ତ୍ତେ ୧୮ ତାରିଖରେ ଶୁଭାରମ୍ଭ ହେବାର ସମ୍ଭାବନା ରହିଛି ।
୧୮ ତାରିଖ ଦିନ ୧୨ ଟାରେ ପୁରୀର ଶୁଭାରମ୍ଭ ହେବାର ସମ୍ଭାବନା ରହିଛି ।ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବନ୍ଦେ ଭାରତ ଏକ୍ସପ୍ରେସକୁ ଲୋକାର୍ପଣ କରିବା କାର୍ୟ୍ୟକ୍ରମ ଥିବା କୁହାଯାଉଥିଲା; କିନ୍ତୁ କୌଣସି କାରଣବଶତଃ ପ୍ରଧାନମନ୍ତ୍ରୀ ଓଡ଼ିଶା ନଆସି ଦିଲ୍ଲୀରୁ ଆଭାସିରେ ଏହି ରେଳକୁ ଲୋକାର୍ପଣ କରିବା କାର୍ୟ୍ୟକ୍ରମ ଆପାତତଃ ସ୍ଥିର ହୋଇଛି। ଉଦ୍ଘାଟନ ଉତ୍ସବରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।
ବନ୍ଦେ ଭାରତ ଉଦ୍ଘାଟନ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପ୍ରିଲ ୨୮ରେ ପ୍ରଥମ ଥର ଲାଗି ହାୱଡ଼ା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ପରୀକ୍ଷାମୂଳକ ଭାବେ ଚଳାଚଳ କରିଥିବା ବେଳେ ପୁଣି ୩୦ରେ ଦ୍ବିତୀୟ ଥର ପାଇଁ ପରୀକ୍ଷାମୂଳକ ଭାବେ ଗଡ଼ିଥିଲା।