ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜାମଦା ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ | ବିଜେଡି ସରକାର ରେ ଅନ୍ୟାୟ ଓ ବ୍ୟଭିଚାର ବିରୁଦ୍ଧରେ ସାରା ଓଡିଶାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି | ବିଜେଡି ସରକାର ୨୩ ବର୍ଷ ଶାସନ କାଳରେ ଓଡିଶାରେ କଅଣ କରିଛି , ତାର ତର୍ଜମା କରିବା ସମୟ ଆସିଛି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଥା ଅନ୍ୟାନ୍ୟ ଯେଉଁସବୁ ଯୋଜନା ହୋଇଛି, ତାହାରି ମୂଳରେ ରହିଛି ଦୁର୍ନୀତି | ଖଜୁରୀ ଗଛର କି ଗୁଣ କହିବି, ଏ ତ ମୂଳରୁ ପାହାଚ ପାହାଚ | ଏହି ପରିପ୍ରେକ୍ଷୀରେ ଆଜି ବାମନଘାଟୀ ଉପଖଣ୍ଡ ଜାମଦା ବ୍ଲକ ଠାରେ ବିଜେଡି ବିପକ୍ଷରେ ଓବିସି ଆଦିବାସୀ ମୋର୍ଚ୍ଚା ସଭାପତି ବିଜୁ ଗୋପାଳ ଗୋପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏହି ଉପଲକ୍ଷେ ଜାମଦା ଅଧିନସ୍ତ ପଣ୍ଡିତ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତୀ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିଥିଲେ | ଏଥିରେ ଶତାଧିକ ଭାରତୀୟ ଜନତା ପାର୍ଟିର ଲୋକେ ଯୋଗ ଦେଇଥିଲେ | ବିଜୁ ଗୋପାଳ ଗୋପଙ୍କ କହିବା ଅନୁଯାୟୀ ଜାମଦା ବ୍ଲକର ଶିକ୍ଷା, ସ୍ବାସ୍ଥ୍ୟ ଓ ପଞ୍ଚାୟତ କାମ ରେ ବ୍ୟାପକ ଦୁ୍ର୍ନୀତି ପରିଲକ୍ଷିତ ହେଉଛି | ଏଥି ସହିତ ନବୀନ ସରକାର ଯେଉଁ ଆମ ଓଡିଶା ନବୀନ ଓଡିଶାର ଯୋଜନା କଲେ, ଏହା କଅଣ ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ଆସୁଥିବାରୁ, ଏହା କଅଣ ଲୋକମାନଙ୍କୁ ଲୋଲିପପ୍ ଦେଲା ଭଳି ପ୍ରତୟମାନ ହେଉଛି | ଏହି ବିରାଟ ସମାବେଶରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ କହିଥିଲେ ଯେ , ଆଜି ବିଡିଓ, କଲେକ୍ଟର, ଆଇ ସି ଡି ଏସ୍ , ସି ଡି ପି ଓ ତଥା ଅନ୍ୟାନ୍ୟ ଅଫିସରେ ଦୁର୍ନୀତି ଚେର ଲମ୍ବିଚାଲିଛି | ତେଣୁ ଏ ସରକାର କରୁଛି କଅଣ, ଆପଣମାନେ ଅନୁମାନ କରିପାରୁଥିବେ |

ଉକ୍ତ ଜନ ଆକ୍ରୋଶ ବ୍ଲକ ଘେରାଉ ସଭାରେ ମୁଖ୍ୟତଃ ବରିଷ୍ଠ ନେତା ବିର୍ସା କୋଣ୍ଡାକେଲ, ସମାଜସେବୀ ଗୋପାଳ ବେସ୍ରା, ଆଦିବାସୀ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ରାମଚନ୍ଦ୍ର ମାର୍ଣ୍ଡି, ବିରିଷ୍ଠ ନେତା ଜଲେନ ବାର୍ଦ୍ଦା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କମଳାକାନ୍ତ ନାୟକ, ବିରିଷ୍ଠ ନେତା ପୁରୁଷୋତ୍ତମ ଗାଗରାଇ, ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୋନାଲି ବିଜୟ ଲକ୍ଷ୍ମୀ ମହାନ୍ତ, ପୂର୍ବତନ ଅଧ୍ୟକ୍ଷ ତଥା ପାସନା ଗ୍ରାମପଞ୍ଚାୟତ ସରପଞ୍ଚ ମାଳତୀ ଆଲଡା, ସମାଜସେବୀ ସୁବାଷ ମଣ୍ଡଳ, କିନାରାମ ବିରୁଆ, ତରଣୀସେନ ଦାସ, ମହମ୍ମଦ ଆକବର, ପାସନା ମଣ୍ଡଳ ସଭାପତି ଲକ୍ଷ୍ମଣ ମାର୍ଣ୍ଡି, ଜାମଦା ମଣ୍ଡଳ ସଭାପତି ତୁରାମ ଦେଓଗାମ, ଜିଲ୍ଲା ସମ୍ପାଦକ ଫାଗୁରାମ ମାର୍ଣ୍ଡି, ଏମ ପି ପ୍ରତିନିଧି ସାମନ୍ତ ଚନ୍ଦ୍ର ଶେଖର ସିଂ ଗିରି, ବଡକୁଲେଇବିରା ଗ୍ରାମ ପଞ୍ଚାୟତ ପି ଏସ୍ ମେମ୍ବର ମଧୁସୂଧନ ଟୁଡୁ, ସଂଖ୍ୟାଲଘୁ ମୋର୍ଚ୍ଚା ରାଜ୍ୟ ଉପସଭାପତି ମହମ୍ମଦ ଅନୱାରୁଲ ହକ୍ ଓ ଜାମଦା ଗ୍ରାମ ପଞ୍ଚାୟତ ବିଜେପି ପ୍ରମୁଖ ନରେନ୍ଦ୍ର ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ |

Leave A Reply

Your email address will not be published.