ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଇରଙ୍ଗପୁରରେ ମା ଜଗଦ୍ଧାତ୍ରୀ ପୂଜା ମହାଆଡମ୍ବରରେ ସମ୍ପନ୍ନ | ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଅଧିନସ୍ତ ମୁର୍ମୁ ଛକ ନିକଟରେ ଥିବା ପଡିଆରେ ମା ଜଗଦ୍ଧାତ୍ରୀ ପୂଜା ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ ହେବ ପୂଜାର୍ଚ୍ଚନା ହୋଇଆସୁଅଛି | ପୁରୋହିତ ଜନ ରଂଜନ ଦାଶଙ୍କ ଦ୍ବାରା ପୂଜା , ବିଧି ଓ ଆରଧନା ଚାଲୁରହିଛି |
ଏହି ଭବ୍ୟ ଦେବୀଙ୍କୁ ଦର୍ଶନ କରିବା ପାଇଁ ରାଇରଙ୍ଗପୁର ତଥା ଆଖପାଖ ଅଞ୍ଚଳ ଲୋକେ ଛୁଟି ଆସୁଛନ୍ତି | ତୋରଣ ସହ ଲାଇଟ ଡେକୋରେସନ ରେ ମା ଜଗଦ୍ଧାତ୍ରୀଙ୍କ ମୃଣ୍ମୟ ମୂର୍ତ୍ତୀ ଶୋଭା ଦ୍ବିଗୁଣିତ କରୁଛି | ରାଇରଙ୍ଗପୁର କାହିଁକି ଓଡିଶାର କୋଣ ଅନୁକୋଣରେ ମା ଜଗଦ୍ଧାତ୍ରୀଙ୍କ ଭବ୍ୟ ପ୍ରତିମାକୁ ଦର୍ଶନ କରିବା ପାଇଁ ଭକ୍ତବୃନ୍ଦଙ୍କ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି |
ଗତ ୧୮ ତାରିଖ ବିଲ୍ବବରଣ, ୧୯ ତାରିଖ ସପ୍ତମୀ ପୂଜା, ୨୦ ତାରିଖ ଅଷ୍ଠମୀ ପୂଜା ୨୧ ତାରିଖ ନବମୀ ପୂଜା ଓ ୨୨ ତାରିଖ ଦଶମୀ ପୂଜା ସହ ବିସର୍ଜନ ହେବ ପୂଜାକମିଟୀ ପକ୍ଷରୁ ସୂଚନା ମିଳିଛି | ଏହି ଭବ୍ୟ ପୂଜା ଆରଧନାରେ କମିଟୀର ସମସ୍ତ ସଦସ୍ୟଗଣ ସାହାଯ୍ୟ ଓ ସହଯୋଗ କରୁଅଛନ୍ତି |