ଯୁକ୍ତଦୁଇ ପରୀକ୍ଷା ନେଇ ଆଜିଠୁ ଫର୍ମ ପୂରଣ ଆରମ୍ଭ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ରେଗୁଲାର୍‌ ପିଲାଙ୍କ ଫର୍ମପୂରଣ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ନାହିଁ, ସେମାନେ ଡିସେମ୍ବର ୧ରୁ ୭ ତାରିଖ ମଧ୍ୟରେ ୧୦୦ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ।

ଏହା ଆସନ୍ତା 29 ତାରିଖ ଯାଏ ଚାଲିବ । ଏହି ସମୟ ମଧ୍ୟରେ ଯେଉଁମାନେ ଫର୍ମ ପୂରଣ କରିବେ ନାହିଁ ସେମାନେ ଡିସେମ୍ବର 1ରୁ 7 ତାରିଖ ମଧ୍ୟରେ 100 ଟଙ୍କା ଜରିମାନା ଦେଇ ଫର୍ମ ପୂରଣ କରିପାରିବେ । ଆସନ୍ତା ଫେବୁଆରୀରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେବ ।ଯୁକ୍ତ ଦୁଇ ଫର୍ମ ପୂରଣ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ବିନା ଫାଇନରେ ୨୧ ନଭେମ୍ବରରୁ ୨୯ ନଭେମ୍ବର ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ସେହିପରି ୧ ଡିସେମ୍ବରରୁ ୪ ଡିସେମ୍ୱର ପର୍ଯ୍ୟନ୍ତ ୧୦୦ ଟଙ୍କା ଫାଇନ ଧାର୍ଯ୍ୟ କରାଯାଇଥିବା ବେଳେ ୬ ଡିସେମ୍ବରରୁ ୭ ଡିସେମ୍ବର ପର୍ଯ୍ୟନ୍ତ ୪୫୦ ଟଙ୍କା ଫାଇନ ଧାର୍ଯ୍ୟ କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଫେବୃଆରୀ ୧୪ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ମାର୍ଚ୍ଚ ୧୩ ଯାଏ ଅର୍ଥାତ ୧ ମାସ ଭିତରେ ପରୀକ୍ଷା ସରିବ ।

ପାଖାପାଖି ୬ ମାସ ପୂର୍ବରୁ ତାରିଖ ଘୋଷଣା କରିସାରିଥିଲା କାଉନସିଲ । ଏପ୍ରିଲ ଶେଷ ବା ମେ’ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇପାରେ । ଜାନୁଆରୀ ପ୍ରଥମ ସପ୍ତାହରେ ପ୍ରାକ୍ଟିକାଲ ପରୀକ୍ଷା ହେବ । ଦ୍ବିତୀୟ ସପ୍ତାହ ସୁଦ୍ଧା ପରୀକ୍ଷା ସୂଚା ପ୍ରକାଶ ପାଇବ । ଏହା ସହିତ ଡିସେମ୍ବର ୧୨ ତାରିଖରେ ଛତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଆଡମିଟ କାର୍ଡ ନେଇପାରିବେ । ଏହାପରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ନେଇ ମେ’ ମାସ ତୃତୀୟ ସପ୍ତାହରେ ଫର୍ମ ପୂରଣ ହେବ ।

Leave A Reply

Your email address will not be published.