ଓଡ଼ିଆ ନ୍ୟୁଜ୍: ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ।କହିଲେ ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ। ମୋର ଭବିଷ୍ୟତ କଣ ହେବ ତାହା ଲୋକେ ନିଷ୍ପତ୍ତି ନେବେ।ଲୋକେ ମୋତେ କହୁଛନ୍ତି ଯେଉଁ ଚିହ୍ନରେ ଛିଡ଼ା ହେବି ଭୋଟ୍ ଦେବେ।କଂଗ୍ରେସ ଦେଶରେ ଓ ରାଜ୍ୟରେ ବଢିବାରେ ଲାଗିଛି।ବିଜେଡି ଠିକ୍ ଭାବେ ମୁଖ୍ୟ ବିରୋଧୀଦଳର ଭୂମିକା ନ ନେଲେ କଂଗ୍ରେସ ବଢ଼ିବ। ଲୋକେ ଅନୁଭବ କରୁଛନ୍ତି ଯେ ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ।ତେଣୁ ଲୋକ କଂଗ୍ରେସ କଥା ଚିନ୍ତା କଲେଣି ବୋଲି କହିଲେ ଭୂପିନ୍ଦର ସିଂ।ଲୋକେ ବିରୋଧୀଦଳଠୁ ଯାହା ଆଶା କରୁଛନ୍ତି ତାହା ବିଜେଡିଠୁ ପାଉ ନାହାଁନ୍ତି।
କଂଗ୍ରେସର ଭବିଷ୍ୟତ ଦେଶରେ ଓ ରାଜ୍ୟରେ ବଢୁଛି। ରାଜ୍ୟରେ ବିଜେଡି ଯଦି ଠିକ ଭାବେ ମୁଖ୍ୟ ବିରୋଧୀ ଦଳର ଭୂମିକା ନ ନେବ ତେବେ କଂଗ୍ରେସ ଆହୁରି ଆଗକୁ ବଢିବ। ରାଜ୍ୟରେ ଲୋକେ ଅନୁଭବ କରୁଛନ୍ତି ଯେ, ବିଜେଡି ଓ ବିଜେପି ଭିତରେ କିଛି ପ୍ରଭେଦ ନାହିଁ ତେଣୁ ଲୋକେ କଂଗ୍ରେସ କଥା ଚିନ୍ତା କଲେଣି।ବିରୋଧୀ ଦଳ ଭାବେ ବିଜେଡି ଠିକ ଭାବେ ପ୍ରସଙ୍ଗ ଉପସ୍ଥାପନ କରୁ ନଥିବାରୁ ତାର ଫାଇଦା କଂଗ୍ରେସ ନେଉଛି। ଲୋକେ ବିଜେଡି ଠୁ ଦୁରେଇ ନାହାନ୍ତି କିନ୍ତୁ ଲୋକେ ବିରୋଧୀ ଦଳ ଠୁ ଯାହା ଆଶା କରୁଛନ୍ତି ତାହା ବିଜେଡି ଠୁ ପାଉ ନାହାନ୍ତି ।