ବିରୋଧୀଦଳଙ୍କୁ ବଡ଼ ଝଟକା: ଇଡି ଓ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇଡି ଓ ସିବିଆଇର କାର୍ଯ୍ୟାନୁଷ୍ଠାନ ବିରୋଧରେ ସୁପ୍ରିମକୋର୍ଟ ଯାଇଥିବା ୧୪ ବିରୋଧିଦଳଙ୍କୁ ଲାଗିଛି ବଡ଼ ଝଟକା। କେନ୍ଦ୍ର ସରକାର ଯାଂଚ ଏଜେନ୍ସିଗୁଡିକର ଦୂୂରୋପଯୋଗ କରୁଥିବା ନେଇ ବିରୋଧୀଦଳମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏହାସହ କିଛି ବିରୋଧୀଦଳ ମିଳିତ ଭାବେ ଏନେଇ ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ । ହେଲେ ଏବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ୧୪ଟି ବିରୋଧୀଦଳ ମିଳିତ ଭାବେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ଏଥିରେ ଅଭିଯୋଗ କରାଯାଇଥିଲା କି କେନ୍ଦ୍ର ସରକାର ଯାଂଚ ଏଜେନ୍ସି ଗୁଡିକର ଦୂରୋପଯୋଗ କରି ବିରୋଧୀଦଳର ନେତାମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହାକୁ ତତ୍କାଳ ପ୍ରଭାବରେ ବନ୍ଦ କରାଯାଉ ବୋଲି ଆବେଦନ କରାଯାଇଥିଲା । ହେଲେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି ।

ସୂଚନା ମୁତାବକ, ମାର୍ଚ ୨୪ରେ ଇଡି ଏବଂ ସିବିଆଇର ଅପବ୍ୟବହାର ସମ୍ପର୍କରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ୧୪ ଟି ବିରୋଧୀ ଦଳ । ଏହି ଆବେଦନରେ ସମସ୍ତ ପକ୍ଷ କୋର୍ଟରେ ଏହି ଦୁଇଟି ଏଜେନ୍ସିର କାର୍ଯ୍ୟ ମନୋଭାବ ଉପରେ ପ୍ରଶ୍ନ କରାଯାଇଥିଲା । ଉଭୟଙ୍କ କାର୍ଯ୍ୟ ପାଇଁ ନିର୍ଦ୍ଦେଶାବଳୀ ସ୍ଥିର କରାଯାଉ ବୋଲି ସେମାନେ ଦାବି କରିଥିଲେ । ଏହି ୧୪ ଟି ଦଳରେ କଂଗ୍ରେସ ମଧ୍ୟ ସାମିଲ ଅଛି । ଅପ୍ରେଲ 5 ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ । ବିଶେଷ କଥା ହେଉଛି ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ ଏହି ସବୁ ପାର୍ଟିକୁ ଗୋଟିଏ ପ୍ଲାଟଫର୍ମରେ ଆଣିବା କାମ କରିଛନ୍ତି । ଏହି ଆବେଦନରେ କେନ୍ଦ୍ର ସରକାର ଉପରେ ମଧ୍ୟ ଅଭିଯୋଗ କରାଯାଇଛି । ଅନୁସନ୍ଧାନକାରୀ ଏଜେନ୍ସିର ଅପବ୍ୟବହାର କରି ଲୋକଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ନେଇ ମଧ୍ୟ ଏହି ପିଟିସନରେ ଅଭିଯୋଗ ହୋଇଥିଲା । ଆପ୍ଏବଂ କଂଗ୍ରେସ ବ୍ୟତୀତ ୧୪ ଟି ଦଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିରେ DMK, AAP, TMC, BRS ଆଦି ବିରୋଧୀ ଦଳ ଥିଲେ । ଏହି ଆବେଦନରେ ସିଜେଆଇ ଡିୱାଇ ଚନ୍ଦ୍ରଚୁଦଙ୍କୁ କୁହାଯାଇଛି ଯେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରାଜନେତାଙ୍କ ବିରୋଧରେ ମାମଲା ଦାୟର କରିବା ହାର ବଢିଛି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।

Leave A Reply

Your email address will not be published.