ବଡ଼ ନିଷ୍ପତ୍ତି: ପର୍ସନାଲ କାର୍ ପାଇଁ କଟିବନି ଟୋଲ ଟ୍ୟାକ୍ସ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯଦି ଆପଣ କାର୍ ଚଳାଉଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଖୁସି ଖବର । କାରଣ ଆଗକୁ ଆପଣଙ୍କ ଗାଡିକୁ କେତେକ ହାଇୱେରେ ଲାଗି ନପାରେ ଟୋଲ ଟ୍ୟାକ୍ସ। ଉଲ୍ଲେଖ ଯୋଗ୍ୟ ଯେ ରାଜସ୍ଥାନ ସରକାର ରାଜ୍ୟର ଘରୋଇ ବାହନ ଉପରେ ଟୋଲ ଟ୍ୟାକ୍ସ ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କମର୍ସିଆଲ ବାହନଙ୍କ ଲାଗି ଟୋଲ ଟ୍ୟାକ୍ସ ପୂର୍ବ ପରି ଅନିବାର୍ୟ୍ୟ ରହିବ। ଏମପିଆରଡିସି ଏଥିଲାଗି ପ୍ରସ୍ତୁତି ଚୂଡ଼ାନ୍ତ କରିଥିବା ବେଳେ ନୂଆ ଟେଣ୍ଡର ଆହ୍ୱାନ ମଧ୍ୟ କରିଛନ୍ତି।

ଏମପିଆରଡିସିଙ୍କ ଡିଏମ ଏମ୍.ଏଚ. ରିଜଭି ଙ୍କ ଅନୁସାରେ ପୂର୍ବରୁ ସବୁ ୪ ଚକିଆ ବାହନ ଲାଗି ଟୋଲ ଟ୍ୟାକ୍ସ ବାଧ୍ୟତାମୂଳକ କରାଯାଇଥିଲା। ତେବେ ସରକାରଙ୍କ ନିର୍ଦ୍ଦେଶ ପରେ ଏବେ କେବଳ କମର୍ସିଆଲ ବାହନଙ୍କ ଉପରେ ଟୋଲ ଶୁଲ୍କ ଲଗାଯିବ । ସାଧାରଣ ଲୋକଙ୍କ ସମସ୍ୟାକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଥିବା ରିଜଭି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ହୋଇଥିବା କ୍ୟାବିନେଟ ବୈଠକରେ ବିଭିନ୍ନ ଜାତୀୟ ରାଜମାର୍ଗରେ ହେଉଥିବା ଟୋଲ ଟ୍ୟାକ୍ସ ଅସୁଲ ନେଇ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ଘରୋଇ ବାହନଙ୍କ ସମେତ ସରକାରୀ କର୍ମଚାରୀ ଓ ବିଭାଗଙ୍କ ବାହନକୁ ଟୋଲ ଟ୍ୟାକ୍ସରୁ ମୁକ୍ତ କରିବାକୁ କୁହାଯାଇଥିଲା।

ଏଣୁ ରାଜସ୍ଥାନ ସରକାର ଟୋଲ ଟ୍ୟାକ୍ସ ଲାଗି ନୂଆ କରି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ନୂଆ ପ୍ରକ୍ରିୟରେ ଜାତୀୟ ରାଜମାର୍ଗରେ ଏବେ ୩ ଥାକିଆ ଟୋଲ ପ୍ଲାଜା ରହିବ। ଏଥିରେ କିଛି ସରକାରୀ ବିଭାଗ ଓ ତାଙ୍କ କର୍ମଚାରୀଙ୍କୁ ଆଉ ଟୋଲ ଟ୍ୟାକ୍ସ ଦେବାକୁ ପଡୁନଥିବା ବେଳେ ଏଥିଲାଗି ପୂର୍ବରୁ ସ୍ଥିରିକୃତ ୯ଟି ଶ୍ରେଣୀକୁ ବଢାଇ ୨୫ କରିଦିଆଯାଇଛି। ଏଥିରେ ଜନ ପ୍ରତିନିଧିଙ୍କୁ ମଧ୍ୟ ଟୋଲ ଟ୍ୟାକ୍ସରୁ ମୁକ୍ତ ରଖାଯାଇଛି।

ନିଷ୍ପତ୍ତି ଅନୁସାରେ ଭାରତ ସରକାର, ରାଜସ୍ଥାନ ସରକାରଙ୍କ ସବୁ ବାହନ ଯେଉଁଗୁଡିକ ରାଜ୍ୟର ୧୭ଟି ମାର୍ଗରେ ଅଧିକାରୀକ ଡ୍ୟୁଟିରେ ଅଛନ୍ତି, ସାଂସଦ, ବିଧାନ ସଭାର ପୂର୍ବତନ ଓ ବର୍ତ୍ତମାନ ସଦସ୍ୟ, ଅଣ ବ୍ୟବସାୟୀକ ବାହନ, ଭାରତୀୟ ସେନାର ସବୁ ବାହନ, ଆମ୍ବୁଲାନ୍ସ, ଦମକଳ, ଭାରତୀୟ ଡାକ ଓ ତାର ବିଭାଗଙ୍କ ବାହନ, ଟ୍ରାକ୍ଟର ଟ୍ରଲି, ଅଟୋ ରିକ୍ସା, ସବୁ ଦୁଇଚକିଆ ବାହନ, ଶଗଡ଼ ଗାଡ଼ି , ସ୍ୱାଧୀନତା ସଂଗ୍ରାମୀ ଓ ଅଧିସ୍ୱୀକୃତ ସାମ୍ବାଦିକଙ୍କ ଗାଡିକୁ ଟୋଲ ଟ୍ୟାକ୍ସ ମୁକ୍ତ କରାଯାଇଛି।

 

Leave A Reply

Your email address will not be published.